ନୂଆଦିଲ୍ଲୀ: ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିବା ବାଲୋଚ ସାମାଜିକ କର୍ମୀ କରିମା ବାଲୋଚଙ୍କ ମୃତଦେହ ମିଳିଛି। ଟରୋଣ୍ଟୋର ଲେକସୋର ଠାରେ ଥିବା ଗୋଟିଏ ଦ୍ୱୀପପୁଞ୍ଜରେ ତାଙ୍କ ମୃତଦେହ ଭାସୁଥିବା ବେଳେ ପୁଲିସ୍ ଏହାକୁ ଉଦ୍ଧାର କରିଛି।
ପୁଲିସ ମୃତଦେହକୁ ଚିହ୍ନଟ କରିବା ପାଇଁ ତାଙ୍କ ସ୍ୱାମୀ ହମାଲ ହାଇଦର ଓ ଭାଇଙ୍କୁ ଡାକିଥିଲା। ସେମାନେ ମୃତଦେହଟି କରିମାଙ୍କର ବୋଲି କହିଛନ୍ତି। ଏବେ ପୁଲିସ୍ ଏ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରିଛି।
କୁହାଯାଉଛି ଯେ କରିମାଙ୍କ ହତ୍ୟା କାଣ୍ଡ ପଛରେ ପାକିସ୍ତାନର ହାତ ରହିଛି। ତେଣୁ ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ସେହିପରି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ବିଦା କରିବାକୁ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି।
ପାକିସ୍ତାନ ସେନା ଓ ସରକାରଙ୍କ ପକ୍ଷରୁ କରିମାଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେବାରୁ ସେ ୨୦୧୬ରେ ବାଲୋଚିସ୍ତାନରୁ କାନାଡା ଖସି ଯିବାକୁ ଚେଷ୍ଟା କରିଥିଲେ। ଏଥିରେ ତାଙ୍କୁ ତାଙ୍କର କିଛି ବନ୍ଧୁ ଓ ବାଲୋଚିସ୍ତାନର ଅଧିକାର ପାଇଁ କାମ କରୁଥିବା ଲୋକମାନେ ସହଯୋଗ କରିଥିଲେ। ଫଳରେ କରିମା ୨୦୧୬ରୁ ପାକିସ୍ତାନରୁ ଖସି ଆସି କାନାଡାରେ ରହୁଥିଲେ।
ସେ କାନାଡାରେ ରହି ପାକିସ୍ତାନ କବଳରୁ କେମିତି ବାଲୋଚିସ୍ତାନ ସ୍ୱାଧୀନତା ପାଇବ, ତା’ ପାଇଁ ଲଢ଼େଇ କରୁଥିଲେ। ୨୦୧୬ରେ ସେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମାରେ ବାର୍ତ୍ତା ରେକର୍ଡ କରି ମଧ୍ୟ ପଠାଇଥିଲେ।
ଅନ୍ୟପକ୍ଷରେ ବାଲୋଚ ନ୍ୟାଶନାଲ ମୁଭମେଣ୍ଟର ମୁଖପାତ୍ର କହିଛନ୍ତି, ବିଏନଏମର ନେତ୍ରୀ ତଥା ବାଲୋଚ ଛାତ୍ର ସଂଗଠନର ପୂର୍ବତନ ଅଧ୍ୟକ୍ଷ କରିମା ବାଲୋଚ ସହିଦ ହୋଇଛନ୍ତି। ତାଙ୍କ ବିୟୋଗ ଆମ ପାଇଁ ଏକ ବିରାଟ କ୍ଷତି। ବାଲୋଚ ଦେଶ ଓ ବାଲୋଚ ଆନ୍ଦୋଳନକୁ ଏହା ଶକ୍ତ ଧକ୍କା ସଦୃଶ।
ଆମେ ଆଜି ଜଣେ ଦୂରଦୃଷ୍ଟି ସମ୍ପନ ଓ ଜାତୀୟ ନେତାଙ୍କୁ ହରାଇଛୁ। ଶତାଦ୍ଦୀ ଶତାବ୍ଦୀ ଧରି ଏହି କ୍ଷତିର କେବେ ହେଲେ ଭରଣା କରାଯାଇ ପାରିବ ନାହିଁ। କରିମାଙ୍କ ପାଇଁ ବାଲୋଚ ନ୍ୟାଶନାଲ ମୁଭମେଣ୍ଟ ୪୦ ଦିନିଆ ଶୋକ ପାଳନ କରିବ। ୪୦ ଦିନ ପାଇଁ ଅନ୍ୟ ସମସ୍ତ ପ୍ରକାରର କାର୍ଯ୍ୟକଳାପ ବନ୍ଦ ରଖିବାକୁ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
କରିମା ବାଲୋଚ ଛାତ୍ର ସଂଗଠନର ଇତିହାସରେ ପ୍ରଥମ ମହିଳା ଭାବେ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ସେ ଅଧ୍ୟକ୍ଷ ହେବା ବେଳେ ପାକିସ୍ତାନର ନିର୍ଯାତନା ଚରମ ସୀମାରେ ପହଞ୍ଚିଥିଲେ। ତଥାପି ସେ ଏହା ବିରୋଧରେ ଲଢ଼େଇ କରିଥିଲେ।
The post ପାକିସ୍ତାନରୁ ଖସି ଯାଇଥିବା ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ମିଳିଲା appeared first on Odisha Reporter.
from Odisha Reporter https://ift.tt/3pcexbW
No comments:
Post a Comment