ମୁମ୍ବାଇ: ବ୍ରେନଷ୍ଟ୍ରୋକ ପରେ ଏବେ କିଭଳି ଅଛନ୍ତି ବଲିଉଡ ଅଭିନେତା ତଥା ଆଶିକି ଫେମ ରାହୁଲ ରୟ। କ’ଣ ରହିଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଏବେ କ୍ୟାମେରା ସାମ୍ନାକୁ ଆସି ଏ ସବୁ ପ୍ରଶ୍ନର ଉତ୍ତର ସେ ନିଜେ ଦେଇଛନ୍ତି । ସାମ୍ନାକୁ ଆସିଛି ରାହୁଲ ରୟଙ୍କ ପ୍ରଥମ ଭିଡିଓ। ଏହି ଭିଡିଓରେ ସେ ସୁସ୍ଥ ଥିବା ନଜର ଆସିଛନ୍ତି।
ରାହୁଲ ନିଜେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି । ଏଥିରେ ସେ ତାଙ୍କ ଫ୍ୟାନମାନଙ୍କୁ ଏକ ବାର୍ତ୍ତ ଦେଇଛନ୍ତି । ସେ ସୁସ୍ଥ ଥିବା କହିଛନ୍ତି। ଏଥସହ ସେ ତାଙ୍କର ସମସ୍ତ ବନ୍ଧୁ ବାନ୍ଧବ, ପରିବାର ବର୍ଗ ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ଏଭଳି ଦୁଃଖଦ ସମୟରେ ମୋର ଏବଂ ମୋ ପରିବାରଙ୍କ ସହ ଠିଆ ହୋଇ ଭଲପାଇବା ଦେଇଥିବାରୁ ଧନ୍ୟବାଦ । ଖୁବଶୀଘ୍ର ମୁଁ ଫେରିବି ବୋଲି ରାହୁଲ କହିଛନ୍ତି। ଭିଡିଓରେ ରାହୁଲଙ୍କ ସହ ତାଙ୍କ ଭଉଣୀ ମଧ୍ୟ ନଜର ଆସିଛନ୍ତି।
View this post on Instagram
ଏଥିସହ ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋକୁ ମଧ୍ୟ ସେଆର କରିଛନ୍ତି । ନାନାବତୀ ହସ୍ପିଟାଲ ଭିତରେ ସେ ତାଙ୍କ ଉଭଣୀ ଏବଂ ପରିବାରବର୍ଗ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଏବଂ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଗତ ସପ୍ତାହରେ କାରଗିଲରେ ଫିଲ୍ମ ‘LAC- Live The Battle’ର ଶୁଟିଂ ସମୟରେ ରାହୁଲ ରୟଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା। ସିଟି ସ୍କାନ ପରେ ପ୍ରଥମେ ଆର୍ମି ହସ୍ପିଟାଲ ଏବଂ ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ଥିବା ଜଣାପଡିଛି।
The post ବ୍ରେନଷ୍ଟ୍ରୋକ୍ ପରେ ଆସିଲା ରାହୁଲଙ୍କ ପ୍ରଥମ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3qIgMoP
No comments:
Post a Comment