ଟଳିଲେ ୨ ଆତଙ୍କୀ, ଏବେ ବି ଗୁଳିବିନିମୟ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ଟଳିଲେ ୨ ଆତଙ୍କୀ, ଏବେ ବି ଗୁଳିବିନିମୟ ଜାରି

ପୁଲୱାମା: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଜଣ ଆତଙ୍କବାଦୀ। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ ଟିକେନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ତେଣୁ ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ମଧ୍ୟ ଜାରି ରହିଛି।

ଏହି ଆତଙ୍କବାଦ ଦମନ ଅଭିଯାନରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହ ସିଆରପିଏଫ ଯବାନ ସାମିଲ ହୋଇଛନ୍ତି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଟିକେନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ୍‌ ଓ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ଜାରି ରହିଥିବାରୁ ପୁଲିସ୍‌ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯାଇ ନାହିଁ।

The post ଟଳିଲେ ୨ ଆତଙ୍କୀ, ଏବେ ବି ଗୁଳିବିନିମୟ ଜାରି appeared first on Odisha Reporter.



from Odisha Reporter https://ift.tt/3guCPuo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages