୩ରୁ ଖୋଲିବ ମା’ ଶାରଳା ମନ୍ଦିର, ଜାଣନ୍ତୁ, କିଏ ଦେଖାଇବ କୋଭିଡ ନେଗେଟିଭ୍ ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

୩ରୁ ଖୋଲିବ ମା’ ଶାରଳା ମନ୍ଦିର, ଜାଣନ୍ତୁ, କିଏ ଦେଖାଇବ କୋଭିଡ ନେଗେଟିଭ୍ ରିପୋର୍ଟ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ ତାରିଖରେ ଖୋଲିବ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଏବଂ ପ୍ରସିଦ୍ଧ ଗୋରଖନାଥ ମନ୍ଦିର । ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ବୈଠକରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିଷୟରେ ଅନୁଧ୍ୟାନ ପରେ କୋଭିଡ୍ ଗାଇଡଲାଇନ୍‌ ଅନୁଯାୟୀ, ଜାନୁୟାରୀ ୩ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୫ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ବାରଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେହିପରି ସମ୍ଭାବ୍ୟ ଭିଡ଼କୁ ଦେଖି ଆସନ୍ତା ମକର ସଂକ୍ରାନ୍ତିରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ ବାହାର ଜିଲ୍ଲାର ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଏସବୁ ମନ୍ଦିର ବନ୍ଦ ରହିଥିଲା ।

The post ୩ରୁ ଖୋଲିବ ମା’ ଶାରଳା ମନ୍ଦିର, ଜାଣନ୍ତୁ, କିଏ ଦେଖାଇବ କୋଭିଡ ନେଗେଟିଭ୍ ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/2KQ37LV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages