କ୍ୟାମେରା ଆଗରେ କରୋନା ଟିକା ନେଲେ ଜୋ ବାଇଡେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

କ୍ୟାମେରା ଆଗରେ କରୋନା ଟିକା ନେଲେ ଜୋ ବାଇଡେନ୍‌

ୱାଶିଂଟନ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ମହାମାରୀ କରୋନାକୁ ମାତ ଦେବା ପାଇଁ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ବାଇଡେନ୍‌ ଟିକା ନେବା ବେଳେ ଏହାର ସିଧା ପ୍ରସାରଣ କରାଯାଇଛି। ଲୋକଙ୍କ ଭିତରେ ଟିକା ପ୍ରତି ବିଶ୍ୱାସ ସୃଷ୍ଟି କରିବା ପାଇଁ ବାଇଡେନ୍‌ ସର୍ବସମ୍ମୁଖରେ ଟିକା ନେଇଥିବା ଜଣାପଡ଼ିଛି।

ଏବେ ଆମେରିକାରେ ଜରୁରୀ କାଳୀନ ଭିତ୍ତିରେ ଟିକାକରଣ କରାଯାଉଛି। ଆସନ୍ତା ବର୍ଷ ଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ସମୂହ ଟିକାକରଣ ଆରମ୍ଭ ହେବ। ଏହାପୂର୍ବରୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ବାଇଡେନ ଏହାର ଡୋଜ୍‌ ଗ୍ରହଣ କରି ସମସ୍ତଙ୍କୁ ସକାରାତ୍ମକ ବାର୍ତ୍ତା ଦେବାକୁ ଚାହିଁଛନ୍ତି।

ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଥିବା ବାଇଡେନଙ୍କ ବୟସ ହେଉଛି ୭୮। ତେଣୁ ପ୍ରଥମ ପର୍ଯ୍ୟାୟରେ ସେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ନେଇଛନ୍ତି। କାରଣ ଆମେରିକା ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛି।

ନ୍ୟୁ ଜର୍ସିର ନ୍ୟୁୱର୍କ ଠାରେ ଥିବା ଖ୍ରୀଷ୍ଟିଆନା ହସ୍ପିଟାଲରେ ବାଇଡେନ ଏହି ଟିକା ନେଇଛନ୍ତି। ତାଙ୍କୁ ହସ୍ପିଟାଲର କର୍ମଚାରୀ ସ୍ୱାସ୍ଥ୍ୟ ସେବାର ମୁଖ୍ୟ ତଥା ନର୍ସ ତାବେ ମାସା ଟିକାର ପ୍ରଥମ ଡୋଜ ଦେଇଛନ୍ତି। ଟିକା ନେବା ପରେ ବାଇଡେନ୍‌ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

ସେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମୀଙ୍କୁ ପ୍ରଶଂସା କରି କହିଛନ୍ତି, “ଲୋକମାନେ ଟିକା ନେବାକୁ ପ୍ରସ୍ତୁତ ହୁଅନ୍ତି ବୋଲି ବାର୍ତ୍ତା ଦେବା ପାଇଁ ଆଜି ମୁଁ ସର୍ବସମ୍ମୁଖରେ ଟିକା ନେଇଛି। ଟିକା ନେବାରେ କୌଣସି ଅସୁବିଧା ନାହିଁ। ଟିକାର ପାର୍ଶ୍ୱପ୍ରତିକ୍ରିୟା ପାଇଁ ଆଦୌ ବ୍ୟସ୍ତ ହେବା ଦରକାର ନାହିଁ।

କେବଳ ମୁଁ ନୁହେଁ, ମୋ ପତ୍ନୀ ଜିଲ୍ଲ ବାଇଡେନ ମଧ୍ୟ ଟିକା ନେଇଛନ୍ତି। ଆସନ୍ତା ସପ୍ତାହରେ ଉପ ରାଷ୍ଟ୍ରପତି କମଳା ହାରିସ ମଧ୍ୟ ଟିକା ନେବେ। ସବୁ ଲୋକଙ୍କ ପାଖରେ ଟିକା ପହଞ୍ଚିବା ପାଇଁ ସମୟ ଲାଗିବ। ତେଣୁ ଲୋକମାନେ ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଛୁଟିରେ ବିଦେଶ ଯାତ୍ରା ନ କଲେ ଭଲ। ସେହିପରି ସମସ୍ତେ ମାସ୍କ ପିନ୍ଧିବା ଜରୁରୀ। ଯେତେବେଳେ ବି ଟିକା ଉପଲବ୍ଧ ହେବ, ଏହାକୁ ସମସ୍ତେ ନେବା ଭଲ ହେବ।”

ବାଇଡେନଙ୍କ ପୂର୍ବରୁ ଆମେରିକାର ବିଦାୟୀ ଉପ ରାଷ୍ଟ୍ରପତି ମାଇକ ପେନ୍ସ ଓ ତାଙ୍କ ପତ୍ନୀ ମଧ୍ୟ ଫାଇଜର ଟିକାର ପ୍ରଥମ ଡୋଜ୍‌ ନେଇଥିଲେ। କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏଯାଏ ଟିକାକରଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିନାହାନ୍ତି। ଆମେରିକାରେ ଫାଇଜର ସହ ମଡର୍ଣ୍ଣା ଟିକାକୁ ମଧ୍ୟ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।

The post କ୍ୟାମେରା ଆଗରେ କରୋନା ଟିକା ନେଲେ ଜୋ ବାଇଡେନ୍‌ appeared first on Odisha Reporter.



from Odisha Reporter https://ift.tt/3nAUXFT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages