ଫୁଲବାଣୀ(ଓଡ଼ିଶା ରିପୋର୍ଟର): ଇକୋ ରିଟ୍ରିଟ ପାଇଁ ପ୍ରସ୍ତୁତ ଓଡିଶାର କାଶ୍ମୀର ଦାରିଙ୍ଗବାଡି । ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଇକୋ ରିଟ୍ରିଟରେ ପଞ୍ଚତାରକା ହୋଟେଲରେ ମିଳୁଥିବା ସମସ୍ତ ପ୍ରକାରର ସୁବିଧା ପାଇପାରିବେ ।
ଏଥିପାଇଁ ଇକୋ ରିଟ୍ରିଟ ପରିସରରେ ୨୫ଟି ବିଳାସପୂର୍ଣ୍ଣ ତମ୍ବୁ ନିର୍ମାଣ ହୋଇଛି। ଏଠାରେ ଗୋଟିଏ ରାତି ବିତାଇବା ପାଇଁ ୮ରୁ ୯ ହଜାର ଟଙ୍କା ରଖାଯାଇଛି । ଏଥିସହ ପର୍ଯ୍ୟଟକଙ୍କୁ ମନ ପସନ୍ଦର ଖାଦ୍ୟ ପରଷାଯିବା ସହ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଦାରିଙ୍ଗବାଡିରେ ୩ ମାସ ଧରି ଇକୋ ରିଟ୍ରିଟ୍ ଆୟୋଜିତ ହେବ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଇକୋ ରିଟ୍ରିଟ ପରିସରରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ସହ ସଶସ୍ତ୍ର ପୁଲିସ୍ ମୁତୟନ କରାଯାଇଛି।
ପର୍ଯ୍ୟଟକ ଇକୋ ରିଟ୍ରିଟ୍ର ମଜା ଉଠାଇବା ସହ ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡିକୁ ବୁଲିବାର ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି ।
The post ଏପରି ଇକୋ ରିଟ୍ରିଟ ଯେଉଁଠି ରହିଛି ୨୫ଟି ବିଳାସପୂର୍ଣ୍ଣ ତମ୍ବୁ, ରାତିକୁ ୯ ହଜାର appeared first on Odisha Reporter.
from Odisha Reporter https://ift.tt/3guJFjy
No comments:
Post a Comment