ପୋଷ୍ଟମର୍ଟମ ମ୍ୟାନ୍, କଲେଣି ୨୦ ହଜାରରୁ ଅଧିକ ଶବ ବ୍ୟବଚ୍ଛେଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ପୋଷ୍ଟମର୍ଟମ ମ୍ୟାନ୍, କଲେଣି ୨୦ ହଜାରରୁ ଅଧିକ ଶବ ବ୍ୟବଚ୍ଛେଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରୀ ପାଠ ପଢ଼ିନାନ୍ତି କି କୌଣସି ତାଲିମ ମଧ୍ୟ ନେଇନାହାନ୍ତି । କିନ୍ତୁ ଯାହା କରୁଛନ୍ତି ତାହା କୌଣସି ଡାକ୍ତରଙ୍କଠାରୁ କମ ନୁହେଁ। ଯେଉଁ କଥା ଭାବିଲେ ସାଧାରଣ ଲୋକଙ୍କ ଦେହ ଶିହିରି ଉଠେ, ସେହି କାମରେ ଦିନ ତମାମ ବ୍ୟସ୍ତ ରୁହନ୍ତି ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲର ଚତୃର୍ଥ ଶ୍ରେଣୀ କର୍ମଚାରୀ ରାମଚନ୍ଦ୍ର ବାଇଡଙ୍ଗ। ୨୦ ବର୍ଷ ଧରି ସେ କରି ସାରିଲେଣ ୨୦ ହଜାରରୁ ବି ଅଧିକ ଶବ ବ୍ୟବଚ୍ଛେଦ ।

୬୨ ବର୍ଷୀୟ ରାମଚନ୍ଦ୍ର କ୍ୟାପିଟାଲ ହସ୍ପିଟାଲର ଫରେନ୍ସିକ ବିଭାଗରେ କାମ କରନ୍ତି । ସେ ଦିନ ତମାତ ନିଜ କାମରେ ବ୍ୟସ୍ତ ଥା’ନ୍ତି। ନିଜର ଅଧିକାଂଶ ସମୟ ଶବ ବ୍ୟବଚ୍ଛେଦ ଗୃହରେ କଟାଇଥାନ୍ତି ରାମଚନ୍ଦ୍ର । ହସ୍ପିଟାଲର ଫରେନ୍ସିକ ବିଭାଗକୁ ଆସୁଥିବା ପ୍ରତ୍ୟେକଟି ମୃତଦେହ ବ୍ୟବଚ୍ଛେଦ ବେଳେ ରାମଚନ୍ଦ୍ରଙ୍କ ବିଶେଷ ଭୂମିକା ରହିଥାଏ ।

ଡାକ୍ତରୀ ଟିମକୁ ସେ ସହାୟତା କରିଥାନ୍ତି । ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟେଙ୍ଗ ବାହାର କରିବା କାମ ରାମଚନ୍ଦ୍ର ହିଁ କରିଥାନ୍ତି । ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ, ଗଲା ୨୦ ବର୍ଷ ଧରି ଏଭଳି କାମ କରିଆସୁଛନ୍ତି ରାମଚନ୍ଦ୍ର।  କେବଳ ସେତିକି ନୁହେଁ ଡାକ୍ତରୀ ଡିଗ୍ରୀ ହାସଲ କରିନଥିବା ରାମଚନ୍ଦ୍ରଙ୍କ ଠାରୁ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ତାଲିମ ନେଇଥାନ୍ତି।

ରାମଚନ୍ଦ୍ର ପ୍ରଥମେ ପ୍ରଥମେ ୨୦୦୦ ମସିହାରେ ଟିକେ ଡର ଅନୁଭବ କରିଥିଲେ। ହେଲେ ଏବେ ଆଉ ସେହିଭଳି ପରିସ୍ଥିତି ଉପୁଜିନି। ପ୍ରତିଦିନ ସେ ୩ରୁ ୪ଟି ଶବ ବ୍ୟବଚ୍ଛେଦରେ ସହାୟତା କରନ୍ତି। ରାମଚନ୍ଦ୍ର ୨ ବର୍ଷ ତଳୁ ଅବସରେ ନେଲେଣି। କିନ୍ତୁ ତଥାପି ସେ ନିଜ କାମ କରିବା ଛାଡି ନାହାନ୍ତି। ସ୍ୱଳ୍ପ ପାରିଶ୍ରମିକରେ ଏବେବି ସେ କ୍ୟାପିଟାଲ ହସ୍ପିଟାଲର ଫରେନ୍ସିକ ବିଭାଗର କାମ କରୁଛନ୍ତି।

The post ପୋଷ୍ଟମର୍ଟମ ମ୍ୟାନ୍, କଲେଣି ୨୦ ହଜାରରୁ ଅଧିକ ଶବ ବ୍ୟବଚ୍ଛେଦ appeared first on Odisha Reporter.



from Odisha Reporter https://ift.tt/36Yts3f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages