ୱାଶିଂଟନ: କରୋନାକୁ ମାତ ଦେବା ପାଇଁ ଫାଇଜର ପ୍ରସ୍ତୁତ କରିଥିବା ଟିକାକୁ ଆଉ ଏକ ସଫଳତା ମିଳିଛି। ବ୍ରିଟେନ ଓ ବାହାରିନ ଫାଇଜର ଟିକାକୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ଏବେ ଆମେରିକା ସେହି ରାସ୍ତାରେ ଯିବାକୁ ପାଗ ଭିଡ଼ିଛି।
ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ୍ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏହି ବିଶେଷଜ୍ଞ କମିଟି ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଗଠନ କରିଥିଲା। କମିଟିରେ ଥିବା ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଟିକା ସପକ୍ଷରେ ଭୋଟ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ମତ ରଖିଥିଲେ। ଜଣେ ସଦସ୍ୟ ଭୋଟ ଦାନରୁ ବିରତ ରହିଥିଲେ।
ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ନେବା ଦ୍ୱାରା ୧୬ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ଉପରେ ଏହାର ପ୍ରଭାବ କ’ଣ ରହୁଛି, ସେକଥା କମିଟିକୁ ଯାଞ୍ଚ କରିବାକୁ କୁହାଯାଇଥିଲା। ଯାଞ୍ଚ ବେଳେ କମିଟିର ସଦସ୍ୟମାନେ ଫାଇଜର ପକ୍ଷରୁ ଦାଖଲ ସମସ୍ତ ବିଜ୍ଞାନ ଭିତ୍ତିକ ରିପୋର୍ଟକୁ ତର୍ଜମା କରିଥିଲେ। ଏହାପରେ ସେମାନେ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।
ଏବେ ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ କମିଟିର ପରାମର୍ଶ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବ ଓ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେବ ବୋଲି ଜଣାପଡ଼ିଛି।
ଫେଜ-୩ ଟ୍ରାଏଲ ପରେ ବ୍ରିଟେନ, କାନାଡା, ବାହାରିନ ଓ ସାଉଦି ଆରବରେ ଫାଇଜର ଟିକା ଲୋକଙ୍କୁ ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।
The post ଆଉ ପାଦେ ଆଗେଇଲା ଫାଇଜର, ଆମେରିକାରେ ଟିକାକୁ ମିଳିଲା ଅନୁମତି appeared first on Odisha Reporter.
from Odisha Reporter https://ift.tt/2W04uKy
No comments:
Post a Comment