୨ ଗୁରୁତରଙ୍କୁ ଟ୍ରାକ୍ଟର ତଳୁ ବାହାର କଲେ, ଶେଷରେ ଉଦ୍ଧାରକାରୀଙ୍କୁ ପିଟିଲା ଟ୍ରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

୨ ଗୁରୁତରଙ୍କୁ ଟ୍ରାକ୍ଟର ତଳୁ ବାହାର କଲେ, ଶେଷରେ ଉଦ୍ଧାରକାରୀଙ୍କୁ ପିଟିଲା ଟ୍ରକ

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): କାହାକୁ କେବେ ଓ କିପରି ମୃତ୍ୟୁ ତା’ ପାଖକୁ ଡାକିନିଏ , ବିଶ୍ୱାସ କରିବା  କଷ୍ଟକର। ଏକ  ଓଲଟି ପଡ଼ିଥିବା ଟ୍ରାକ୍ଟର ତଳୁ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ପରେ ଛିଡ଼ା ହୋଇଥିବା ଅନ୍ୟ ୨ ଜଣଙ୍କୁ ପିଟି ଦେଲା   ଟ୍ରକ୍ । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି।  ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଟିକିଲି ଥାନା କାଳିଆପଡ଼ା ଘାଟିରେ ଘଟିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡିରୁ କାମ ସାରି ୪ ଶ୍ରମିକ ଆନ୍ଧ୍ରର ଶ୍ରୀକାକୁଲମ ଫେରୁଥିଲେ । ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟର  ଓଲଟି ପଡ଼ିବାରୁ ୨ ଜଣ ତାହା ତଳେ ଚାପି ହୋଇ ଯାଇଥିଲେ। ଚାପି ହୋଇଥିବା ୨ ଜଣଙ୍କୁ ଉଦ୍ଧାର କରି ଅନ୍ୟ ୨ ଶ୍ରମିକ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ମେଡିକାଲ ପଠାଇଥିଲେ। ଏହାପରେ ସେମାନେ ସେଠାରେ ଛିଡ଼ା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାଠ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଘର ଆନ୍ଧ୍ରର ଶ୍ରୀକାକୁଲମ ଅଞ୍ଚଳରେ ବୋଲି ଜଣାପଡ଼ିଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନି।

ଟିକିରି ଥାନା ପୁଲିସ୍‌ ପହଞ୍ଚି ଟ୍ରକ୍ ଓ ଟ୍ରାକ୍ଟର ଜବତ କରି ତନାଘନା ଚଳାଇଛି।

 

 

The post ୨ ଗୁରୁତରଙ୍କୁ ଟ୍ରାକ୍ଟର ତଳୁ ବାହାର କଲେ, ଶେଷରେ ଉଦ୍ଧାରକାରୀଙ୍କୁ ପିଟିଲା ଟ୍ରକ appeared first on Odisha Reporter.



from Odisha Reporter https://ift.tt/3oIl9P6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages