ଶାହାରୁଖଙ୍କ ଉପହାର ଫେରାଇ ଦେଇଥିଲେ ରଜନୀକାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 11, 2020

ଶାହାରୁଖଙ୍କ ଉପହାର ଫେରାଇ ଦେଇଥିଲେ ରଜନୀକାନ୍ତ

ଚେନ୍ନାଇ: ଦମଦାର ଷ୍ଟାଇଲର ବାଦଶାହା ସାଉଥ ସୁପରଷ୍ଟାର ରଜନୀକାନ୍ତ । ସମସ୍ତେ ତାଙ୍କ ଷ୍ଟାଇଲକୁ ଦେଖି ପାଗଳ । ତାଙ୍କ ଚଷମା ପିନ୍ଧା ଷ୍ଟାଇଲଠାରୁ ଆରମ୍ଭ ଗାମୁଛା ବୁଲାଇ କାନ୍ଦରେ ରଖିବା, ସବୁ କିଛି ପୁରା ହଟକେ । ସାରା ଭାରତରେ ଥଲାଇଭା ରଜନୀକାନ୍ତ ତାଙ୍କ ଡାଏଲଗ କହିବା ଶୈଳୀ, ଚାଲି ଏବଂ ଷ୍ଟଣ୍ଟ ପାଇଁ ବେଶ ପ୍ରସିଦ୍ଧ ।  ବଲିଉଡ ଠାରୁ ଆରମ୍ଭ କରି ଟଲିଉଡ ସମସ୍ତେ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍।

ଏତେ ବଡ ଷ୍ଟାର ହୋଇ ମଧ୍ୟ ରଜନୀକାନ୍ତ ସାଧାରଣ ଜୀବନ ଅତିବାହିତ କରନ୍ତି । କିନ୍ତୁ ତାଙ୍କୁ ବିଭିନ୍ନ ମଡେଲ ଏବଂ ଡିଜାଇନର କାର ରଖିବା ସଉକ ରହିଛି । ଏଥିପାଇଁ ବଲିଉଡର କିଙ୍ଗଖାନ ଶାହାରୁଖ ବିଏମଡବ୍ଲୁ-୭ ସିରିଜର କାର ରାଜନୀକାନ୍ତଙ୍କୁ ଉପହାର ରୂପେ ଦେଇଥିଲେ । କିନ୍ତୁ ରଜନୀକାନ୍ତି ଏହି ଉପହାର ଗ୍ରହଣ କରିନଥିଲେ । ଶାହାରୁଖଙ୍କ ଏହି ଉପହାରକୁ ରଜନୀକାନ୍ତ ଫେରାଇଦେବା ସହ ଦାମୀ ଗାଡିରେ ଚଢ଼ିବାକୁ ମନା କରିଦେଇଥିଲେ।

୧୯୮୦ ଦଶକରେ ରାଜନୀକାନ୍ତଙ୍କ ପ୍ରିମିୟରର ପ୍ରସିଦ୍ଧ କାର ପଦ୍ମିନୀ କିଣିଥିଲେ, ଯାହା ଆଜି ପର୍ଯ୍ୟନ୍ତ ତାଙ୍କ ପାଖରେ ଅଛି । ଏହି କାରଟି ତାଙ୍କର ସବୁଠାରୁ ଅତି ପ୍ରିୟ କାର। ସେ ଏହି କାରରେ ହିଁ ଯିବା ଆସିବା କରିବାକୁ ପସନ୍ଦ କରନ୍ତି । ପଦ୍ମିନୀ କାର ଭାରତର ସବୁଠୁ ପ୍ରସିଦ୍ଧ ଭିଣ୍ଟେଜ କାର ମଧ୍ୟରୁ ଗୋଟିଏ।

୧୯୫୦ ଡିସେମ୍ବର୧୨ ବେଙ୍ଗାଳୁରୁରେ ଜନ୍ମିତ ରାଜନୀକାନ୍ତ ସାଧାରଣ ଜୀବନଯାପନ କରିବା ପାଇଁ ପସନ୍ଦ କରନ୍ତି । କୌଣସି ପାର୍ଟି ହେଉ ଅବା ଆୱାର୍ଡ ସେରିମୋନି ସେଠି ମଧ୍ୟ ରାଜନୀକାନ୍ତଙ୍କୁ ଦେଶୀ ପୋଷାକରେ ହିଁ ଦେଖିବାକୁ ମିଳେ । ଫିଲ୍ମରେ ତାଙ୍କ ଷ୍ଟାଇଲ ଯେତିକି ହାଇ-ଫାଇ ହୋଇଥାଏ ପ୍ରକୃତ ଜୀବନରେ ସେ ସେତିକି ସିମ୍ପୁଲ । ୧୯୭୫ରେ ‘ରାଗଙ୍ଗଗଲ’ରୁ ସେ ତାଙ୍କ ଫିଲ୍ମି କ୍ୟାରିଅର ଆରାମ୍ଭ କରିଥିଲେ । ସେହି ଦିନଠାରୁ ଆଜି ଯାଏଁ ଥଲାଇଭା ରଜନୀକାନ୍ତ ଆଉ ପଛକୁ ବୁଲି ଦେଖନାହାନ୍ତି ।

The post ଶାହାରୁଖଙ୍କ ଉପହାର ଫେରାଇ ଦେଇଥିଲେ ରଜନୀକାନ୍ତ appeared first on Odisha Reporter.



from Odisha Reporter https://ift.tt/3oHHZq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages