‘ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 13, 2020

‘ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦୀର୍ଘ ୧୯ ଦିନ ଧରି ଚାଲିଛି ଆନ୍ଦୋଳନ। ଆଜିଠାରୁ ଚାଷୀମାନେ ଆମରଣ ଅନଶନରେ ବସୁଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ।

ଚାଷୀ ଆନ୍ଦୋଳନ ଓ ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ ରଖିଲେ ମତ ରଖି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି-“କୃଷି ଅଧ୍ୟାଦେଶ ଆସିବା ପୂର୍ବରୁ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିଲା। ଲୋକସଭାରେ ବିଲ୍‌ ଆଗତ ପରେ ୩ ଦିନ ବିତର୍କ ହେଲା। ଆଲୋଚନାରେ ବିପକ୍ଷ ନେତାମାନଙ୍କର ମତାମତ ମଧ୍ୟ ନିଆଯାଇଥିଲା। ୩ କୃଷି ଆଇନ ଜରିଆରେ ସରକାର ଉଦାରୀକରଣ କରିଛନ୍ତି। ଏହା ଦ୍ୱାରା ଚାଷୀ ଉତ୍ପାଦନର ଅଧିକ ମୂଲ୍ୟ ପାଇବ। ଯାହାକୁ ଇଚ୍ଛା ବିକ୍ରି କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଠିଆ ହୋଇଛି। ସ୍ୱତନ୍ତ୍ର କିଷାନ ଓ ସଶକ୍ତ କିଷାନ ଠିଆ କରିବା ସରକାରଙ୍କ ଲକ୍ଷ୍ୟ। ସରକାର ଚାଷୀଙ୍କ ସହ ରହିଛି, ରହୁଛି, ଆଗାମୀ ଦିନରେ ରହିବ।”

ମଣ୍ଡି ଓ MSP ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଅପରାଜିତା। ସେ କହିଛନ୍ତି-“ମଣ୍ଡି ଉଠିବାର ପ୍ରଶ୍ନ ଉଠୁନି। ମଣ୍ଡି ଥିଲା, ଅଛି, ଆଗକୁ ରହିବ। MSP ଉଠିବା କଥା ଭୁଲ। କେହି କହି ନାହାନ୍ତି MSP ଉଠିବ।”

ସେ ଆହୁରି କହିଛନ୍ତି-“ଆମ ଦେଶରେ ପ୍ରାୟ ୧୦ କୋଟି ଚାଷୀ ଅଛନ୍ତି। କୁହାଯାଉଛି ପ୍ରାୟ ୨ ଲକ୍ଷ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହାର ଅର୍ଥ ମୋଟ୍‌ ସଂଖ୍ୟାର ମାତ୍ର ୦.୨% ଚାଷୀ ଆନ୍ଦୋଳନ କରୁଛନ୍ତି। ଏଥିରେ ଅଧିକାଂଶ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ଚାଷୀ ଥିବା କୁହାଯାଉଛି। ଏମାନେ ବଡ଼ ବଡ଼ ଚାଷୀ। ଏମାନଙ୍କ ପାଖରେ ୫ରୁ ୧୦ ହେକ୍ଟରରୁ ଅଧିକ ଜମି ରହିଛି। ଚାଷୀ ଆନ୍ଦୋଳନ ନାଁରେ ଆଜି ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି, ସେମାନେ ମିଡିଲ ମ୍ୟାନ। କୌଣସି ମୁଦ୍ଦା ନ ଥିବାରୁ କଂଗ୍ରେସ ସହ ମିଶି ବିରୋଧୀ ବିରୋଧ କରୁଛି। ମୋଦିଙ୍କ ବିପକ୍ଷରେ ମୁଦ୍ଦା ନାହିଁ, ଅସ୍ଥିତ୍ୱ ବଞ୍ଚାଇବାକୁ ଆନ୍ଦୋଳନ କରୁଛନ୍ତି।”

The post ‘ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ’ appeared first on Odisha Reporter.



from Odisha Reporter https://ift.tt/3gIcFEG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages