ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଗୁଆମାଳ ପଞ୍ଚାୟତ ନୂଆ ଶାସନ ଗାଁର ପଣ୍ଡା ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇଯାଇଛି।
ନିଆଁ ଲାଗିବା ପରେ ସମସ୍ତ ଲୋକ ଘରୁ ବାହାରି ଆସିଥିବା ବେଳେ ସବୁ ଜିନିଷପତ୍ର ଜଳି ଯାଇଛି। ତିହିଡ଼ି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସେତେବେଳକୁ ସବୁ ଜଳି ଛାରଖାର ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଗୁଆମାଳ ପଞ୍ଚାୟତର ସରପଞ୍ଚ ପ୍ରଦୀପ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନଙ୍କୁ ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଏହି ଗାଁରେ ଅଗ୍ନିକାଣ୍ଡରେ ୫ ବଖରା ଘର ଜଳି ଯାଇଥିଲା।
The post ଜଳିଗଲା ଦୁଇ ବଖରା ଘର appeared first on Odisha Reporter.
from Odisha Reporter https://ift.tt/3niioUb
No comments:
Post a Comment