ଖୋର୍ଦ୍ଧା(ବଳରାମ ଲେଙ୍କା): ପୁଣି ଗାଁ ଦାଣ୍ଡରେ ଖେଳୁ ଖେଳୁ ଗାଏବ ହୋଇଗଲା ଏକ ୩ ବର୍ଷର କଅଁଳ ଶିଶୁ କନ୍ୟା। ଗତକାଲିଠୁ ପୁଲିସ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜିରେ ଲାଗିଥିଲେ ମଧ୍ୟ ଛୁଆଟିର ପତ୍ତା ମିଳିପାରିନି। ପରି ତାତି ଥମି ନ ଥିବା ବେଳେ ନୟାଗଡ଼ ଜିଲ୍ଲାରେ ପୁଣି ଏପରି ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଜିଲ୍ଲାର ରଣପୁର ବ୍ଲକ ଦଧିପାଟଣା ଗାଁ ଦାଣ୍ଡରେ ଗତକାଲି ମଧ୍ୟାହ୍ନ ସମୟରେ ଛୁଆଟି ଖେଳୁଥିଲା। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ମଧ୍ୟ ଛୁଆକୁ ନ ପାଇ ଅପରାହ୍ନରେ ଥାନାରେ ଏତଲା ଦେଇଥିଲେ।
ଏହାପରେ ରଣପୁର ପୁଲିସ୍ ଟିମ୍ ପହଞ୍ଚି ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ଖୋଜିବା ଆରମ୍ଭ କରିଥିଲା। ରାତି ସୁଦ୍ଧା ମଧ୍ୟ ଛୁଆଟିର କୌଣସି ପତ୍ତା ନ ମିଳିବାରୁ ଆଜି ସକାଳୁ ପୁଣି ଥରେ ପୁଲିସ୍ ଟିମ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିକଟସ୍ଥ ପୋଖରୀ, କୂଅ ଆଦି ଖୋଜାଖୋଜି କରୁଥିବା ଜଣାଯାଇଛି।
ପରୀକୁ ହତ୍ୟା କରାଯିବା ସହ ତା’ର ଅଙ୍ଗ ତଷ୍କରୀ କରାଯାଇଥିବା ନେଇ ତା ବାପାମା’ ଅଭିଯୋଗ କରୁଥିବା ବେଳେ ପୁଣି ସେହି ଜିଲ୍ଲାରୁ ଆଉ ଏକ ପିଲା ଗାଏବ ଘଟଣା ପୁଲିସ୍କୁ ଅଡ଼ୁଆରେ ପକାଇ ଦେଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।
The post ପୁଣି ଚର୍ଚ୍ଚାରେ ନୟାଗଡ଼, ଗାଁ ଦାଣ୍ଡରେ ଖେଳୁ ଖେଳୁ ଶିଶୁ ଗାଏବ appeared first on Odisha Reporter.
from Odisha Reporter https://ift.tt/3gFTxap
No comments:
Post a Comment