କୃଷକଙ୍କ ସମର୍ଥନରେ ବଲିଉଡର ହି ମ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 11, 2020

କୃଷକଙ୍କ ସମର୍ଥନରେ ବଲିଉଡର ହି ମ୍ୟାନ୍

ମୁମ୍ବାଇ: କୃଷକଙ୍କ ସମର୍ଥନରେ ପୁଣି ବାହାରିଲେ ବଲିଉଡର ହି ମ୍ୟାନ୍ ଧର୍ମେନ୍ଦ୍ର। କୃଷକଙ୍କ ଆନ୍ଦୋଳନ ସପକ୍ଷରେ ସେ ପୁଣି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, କୃଷକ ଭାଇଙ୍କ କଷ୍ଟ ଦେଖି ସହି ପାରୁନି। ସରକାର ତୁରନ୍ତ ଏହାର ସମାଧାନର ବାଟ ବାହାର କରିବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏଥିସହ ସେ ନିଜର ଏକ ଫଟୋକୁ ମଧ୍ୟ ସେଆର କରିଛନ୍ତି।

ଧର୍ମେନ୍ଦ୍ର ଏହା ପୂର୍ବରୁ ମଧ୍ୟ କୃଷକଙ୍କ ସମର୍ଥନରେ ଟ୍ୱିଟ କରିଥିଲେ । କିନ୍ତୁ କିଛି ସମୟ ପରେ ଡିଲିଟ କରିଦେଇଥିଲେ। ଏଥିପାଇଁ ତାଙ୍କୁ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଥିଲା।


ଧର୍ମେନ୍ଦ୍ରଙ୍କ ବ୍ୟତୀତ ବି-ଟାଉନର ଅନେକ ଷ୍ଟାର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ଦିଲଜିତ ଦୋସାଞ୍ଜ, ସୋନୁ ସୁଦ, ରିତେଶ ଦେଶମୁଖ, ତାପସୀ ପନ୍ନୁ, ଲଏମି ୱିର୍କ, ପ୍ରିୟଙ୍କା ଚୋପ୍ରା, ଜସବୀର ଜସ୍ସି, ଗୁରଦାସ ମାନ ପ୍ରମୁଖ କୃଷକ ସମର୍ଥନ ସ୍ୱର ଉଠାଇଛନ୍ତି।

ସୂଚନା ଯୋଗ୍ୟ ଯେ, ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗଲା ୧୭ ଦିନ ହେବ ଅଟଳ ରହିଛନ୍ତି ଆନ୍ଦୋଳନକାରୀ ଚାଷୀ। ହେଲେ ସରକାର ଆଇନରେ କେତେକ ସଂଶୋଧନ କରିବାକୁ ରାଜି ଥିବାବେଳେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି । ଏହା ପରେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି।

The post କୃଷକଙ୍କ ସମର୍ଥନରେ ବଲିଉଡର ହି ମ୍ୟାନ୍ appeared first on Odisha Reporter.



from Odisha Reporter https://ift.tt/3qR89Zp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages