ଜଣେ ମହିଳାଙ୍କ ସମେତ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

ଜଣେ ମହିଳାଙ୍କ ସମେତ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୨୦ରେ ପହଞ୍ଚିଛି।୫ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ୪ ଜଣ ହେଉଛନ୍ତି ପୁରୁଷ।

ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷୀୟା ମହିଳା କରୋନାରେ ଆଖି ବୁଜିଛନ୍ତି। ବାଲେଶ୍ୱର ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ ଊଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ।

ବଲାଙ୍ଗିର ଜିଲ୍ଲାର ଜଣେ ୪୪ ବର୍ଷ ବୟସ୍କ ବ୍ୟକ୍ତି ଓ କଟକର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ମଧ୍ୟ କରୋନା ଯୋଗୁ ମୃତ୍ୟୁମୁଖରେ ପଡ଼ିଥିବା ଜଣାଯାଇଛି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ରେ ପହଞ୍ଚିଥିବା ବେଳେ ୩,୧୯,୮୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୭୩ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଜଣେ ମହିଳାଙ୍କ ସମେତ ଆଖି ବୁଜିଲେ ୫ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3nsANOq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages