‘ପରୀ’ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

‘ପରୀ’ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ SIT ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏକ ବନ୍ଦ ଲଫାପା ଭିତରେ ସତ୍ୟପାଠ ଦାଖଲ କରାଯାଇଛି। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ହତ୍ୟାକାରୀ ଧରା ନପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ବାପା-ମା ଆତ୍ମାହୁତି ଉଦ୍ୟମ କରିଥିଲେ। ଯାହା ପରେ ପରୀ ଘଟଣା ସାମ୍ନାକୁ ଆସିଥିଲା। ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ। ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ନୟାଗଡ଼ ଥାନା IIC ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ପରୀର ମା।

The post ‘ପରୀ’ ହତ୍ୟା ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ appeared first on Odisha Reporter.



from Odisha Reporter https://ift.tt/3mpYVj4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages