ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସ୍ରେ ଚମକିଛନ୍ତି ଭାରତୀୟ ବୋଲର। ବିଶେଷ କରି ଯଶପ୍ରୀତ ବୁମ୍ରାଙ୍କ ଦମଦାର ବୋଲିଂ ଯୋଗୁ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧୯୫ ରନ୍ରେ ଅଟକାଇ ଦେଇଛି। ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ ୩ଟି, ମହମ୍ମଦ ଶିରାଜ ୨ଟି ଓ ରବୀନ୍ଦ୍ର ଜାଡେଜାଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।
ଆଜିଠାରୁ ମେଲବର୍ଣ୍ଣରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳ ୧୦ ରନ୍ରେ ପ୍ରଥମ ୱିକେଟ ହରାଇଥିଲା। ବ୍ରୁନ୍ସ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ। ଦ୍ୱିତୀୟ ୱିକେଟ ପାଇଁ ମାଥ୍ୟୁ ୱେଡ ଓ ଲାବୁଶେନ ୨୫ ରନ ଯୋଡ଼ିଥିଲେ। ଏହି ସମୟରେ ରବି ଅଶ୍ୱିନ ୩୦ ରନ୍ କରିଥିବା ୱାଡେଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଥିଲେ।
ଦଳୀୟ ସ୍କୋର ୩୮ ବେଳେ ଘରୋଇ ଟିମ୍କୁ ବଡ଼ ଝଟକା ଲାଗିଥିଲା। ଷ୍ଟିଭ ସ୍ମିଥ ଖାତା ଖୋଲିବା ପୂର୍ବରୁ ହିଁ ଅଶ୍ୱିନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଟ୍ରାଭିସ ହେଡ୍ ଲଞ୍ଚ ଯାଏ ଲାବୁଶେନଙ୍କ ସହ ମିଶି ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇନଥିଲେ।
ଉଭୟ ୪ର୍ଥ ୱିକେଟ ପାଇଁ ୮୬ ରନ୍ର ଭାଗିଦାରୀ କରିଥିଲେ। ହେଲେ ପ୍ରଥମେ ଯଶପ୍ରୀତ ବୁମ୍ରା ୩୮ ରନ୍ କରିଥିବା ହେଡ୍ଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ୪୮ ରନ୍ କରିଥିବା ଲାବୁଶେନଙ୍କୁ ମହମ୍ମଦ ସିରାଜ ପ୍ୟାଭିଲିୟନ ପଠାଇ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଦେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ।
୬ଷ୍ଠ ୱିକେଟ ପାଇଁ କ୍ୟାମେରୁନ ଗ୍ରୀନ ଓ ଅଧିନାୟକ ଟିମ୍ ପେନ୍ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ମହମ୍ମଦ ସିରାଜ ଏହା କରାଇ ଦେଇ ନଥିଲେ। ସେ ଗ୍ରୀନ(୧୨)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଝଟକା ଦେଇଥିଲେ। ପେନ୍ ମଧ୍ୟ ୧୩ ରନ୍ କରି ଅଶ୍ୱିନଙ୍କ ତୃତୀୟ ଶିକାର ବନିଥିଲେ।
ମିଚେଲ ଷ୍ଟାର୍କ(୭) ଓ ନାଥନ ଲାୟନ(୨୦) ବୁମ୍ରାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଜାଡେଜା ୯ ରନ୍ କରିଥିବା ପ୍ୟାଟ କମିନ୍ସଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସ୍ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଫଳରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୯୫ରେ ଶେଷ ହୋଇଥିଲା।
The post ବୁମ୍ରାଙ୍କୁ ୪ ୱିକେଟ, ୧୯୫ ରନରେ ଅଷ୍ଟ୍ରେଲିଆ ଅଲଆଉଟ appeared first on Odisha Reporter.
from Odisha Reporter https://ift.tt/2JlCePR
No comments:
Post a Comment