ନୂଆଦିଲ୍ଲୀ: ମହାମାରୀ କରୋନର ନୂଆ ଷ୍ଟ୍ରେନ ସେପ୍ଟେମ୍ବର ମାସରେ ପ୍ରଥମଥର ବ୍ରିଟେନରେ ଚିହ୍ନଟ ହୋଇଥିଲା। ଏହା ଦ୍ରୁତଗତିରେ ପୂର୍ବରୁ ଦେଖାଯାଉଥିବା ଭାଇରସର ଷ୍ଟ୍ରେନର ସ୍ଥାନ ନେଇଥିଲା। କେବଳ ବ୍ରିଟେନ ନୁହେଁ, କରୋନାର ନୂଆ ଷ୍ଟ୍ରେନ ଏକାଧିକ ରାଷ୍ଟ୍ରରେ ପୂର୍ବରୁ ହିଁ ରହିଥାଇ ପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “କରୋନା ଭାଇରସର ମ୍ୟୁଟେନସନ ଉପରେ କାମ କରୁଥିବା ଏକାଧିକ ରାଷ୍ଟ୍ର ମଧ୍ୟରୁ ବ୍ରିଟେନ ଅନ୍ୟତମ। ବ୍ରିଟେନର ଏହି ପରୀକ୍ଷା ନୀରିକ୍ଷା ଯୋଗୁ କରୋନାର ନୂଆ ଷ୍ଟ୍ରେନ ସମ୍ପର୍କରେ ଠିକଣା ସମ୍ପର୍କରେ ଖବର ପାଇଥିଲା। ଯଦି ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ତଥ୍ୟକୁ ଭଲ ଭାବେ ତର୍ଜମା କରିବେ, ତା’ହେଲେ ସେମାନେ ମଧ୍ୟ କରୋନାର ନୂଆ ଷ୍ଟ୍ରେନ ସମ୍ପର୍କରେ ଜାଣିପାରିବେ। କାରଣ ମୋତେ ଲାଗୁଛି ଯେ ଏକାଧିକ ରାଷ୍ଟ୍ରରେ କରୋନାର ନୂଆ ଷ୍ଟ୍ରେନ ପୂର୍ବରୁ ମହଜୁଦ ରହିଛି। ବ୍ରିଟେନ ବ୍ୟତୀତ ଇଟାଲୀ, ଜର୍ମାନୀ, ନେଦରଲ୍ୟାଣ୍ଡସ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ କରୋନା ଭାଇରସର ନୂଆ ଷ୍ଟ୍ରେନ ଠାବ ହୋଇଛି।
ବ୍ରିଟେନ୍ରେ B.1.1.7 ଧରଣର ଷ୍ଟ୍ରେନ ଠାବ ହୋଇଛି। ଏହାର ପ୍ରଭାବ ଇମ୍ୟୁନିଟି ସିଷ୍ଟମ ଉପରେ କ’ଣ ରହୁଛି, ତା’ର ରେଜଲ୍ଟ ପାଇଁ ଆଉ ଗୋଟିଏ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ସେହିପରି କରୋନା ଭାଇରସର ଏକାଧିକ ରୂପ ପରିବର୍ତ୍ତନ ଟିକା ଉପରେ ଯେ ପ୍ରଭାବ ପକାଇବ ସେକଥା ଭାବିବା ଭୁଲ। ତଥାପି ଆମକୁ ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ।
ସବୁ ରାଷ୍ଟ୍ର କରୋନର ଭାଇରସର ଜେନମ sequencing ଉପରେ କାମ କରିବା ଦରକାର। ଏହାଦ୍ୱାରା କରୋନା କେତେ ପ୍ରକାରର ରୂପ ନେଉଛି, ସେ ବିଷୟରେ ଜାଣିପାରିବା। ଭାରତ ପାଖରେ ଜେନମ sequencing ପାଇଁ ବ୍ୟାପକ ସୁବିଧା ରହିଛି। ବିଶ୍ୱର ଡାଟାବେସ୍ ପାଇଁ ଭାରତ ୩୦,୦୦୦ sequences ଉପରେ କାମ କରି ସାରିଛି। ଅଧିକାଂଶ sequencରେ ଭାଇରସ ପୂର୍ବଭଳି ରହିଥିବା ଦେଖିବାକୁ ମିଳିଛି।
କରୋନା ଭାଇରସକୁ ନିୟନ୍ତ୍ରଣ କରିବା ଓ ଏହାର ସଂକ୍ରମଣ ହାରକୁ ରୋକିବା ସବୁ ରାଷ୍ଟ୍ରର ପ୍ରାଥମିକତା ହେବା ଦରକାର। ବିଶେଷ କରି ଟେଷ୍ଟି, ଟ୍ରେସିଂ ଓ ପଜିଟିଭ କେସ୍ର ଆଇସୋଲେସନ ଠିକ୍ ଭାବେ କରିପାରିଲେ, ଆମେ କରୋନାର ସବୁ ପ୍ରକାରର ଷ୍ଟ୍ରେନକୁ ମୁକାବିଲା କରିପାରିବା।”
The post କେବଳ ବ୍ରିଟେନ ନୁହେଁ, ଏକାଧିକ ରାଷ୍ଟ୍ରରେ ରହିଛି କରୋନାର ନୂଆ ଷ୍ଟ୍ରେନ! appeared first on Odisha Reporter.
from Odisha Reporter https://ift.tt/37EyRNa
No comments:
Post a Comment