ନୂଆଦିଲ୍ଲୀ: ଡିନର ଟେବୁଲରେ ମା’କୁ ଗୁଳି କରି ହତ୍ୟା କଲା ନୃଶଂସ ପୁଅ । ମା’କୁ ହତ୍ୟା କରିବା ପରେ ୧୪ ବର୍ଷର ଭଉଣୀ ସହ ନାଚିଲା ହତ୍ୟାକାରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଶ୍ଚିମ ଆମେରିକାର ଉଟା ସହରରେ । ଏହି ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ମାଇକେଲ ଲୋପେଜକୁ ଗିରଫ କରିଛି ।
ପୁଲିସ ସୂଚନା ମୁତାବକ, ବୁଧବାର ସ୍ପ୍ରିଙ୍ଗଭିଲ୍ଲାରେ ଥିବା ଘରେ ମା’ ଭିକ୍ଟୋରିଆ ରାମିରେଜ ନିଜ ୧୪ ବର୍ଷୀୟ ଝିଅ ସହ ଡିନର ଟେବୁଲରେ ଖାଇବା ପାଇଁ ବସିଥିଲେ। ଏତିକି ବେଳେ ୨୩ ବର୍ଷର ପୁଅ ମାଇକେଲ ଲୋପେଜ ହାତରେ ବନ୍ଧୁକ ଧରି ଘର ଭିତରକୁ ପ୍ରବେଶ କରିଥିଲା ।
ଏହାପରେ ଅଭିଯୁକ୍ତ ମାଇକେଲ ନିଜ ଭଉଣୀ ସହ ବନ୍ଧୁକରେ ଖେଳିବା ପରେ ମା’ର ମୁଣ୍ଡରେ ବନ୍ଧୁକ ରଖିଥିଲା। ଏହାପରେ ମହିଳା ଜଣକ ପୁଅକୁ କହିଥିଲେ, ମୁଁ ଜାଣିଛି ତୁ ମୋତେ ମାରିବାକୁ ଚାହୁଁଛୁ ।
ମାଇକେଲର ଆଉ ଜଣେ ୧୭ ବର୍ଷୀୟ ଭଉଣୀ ପୁଲିସକୁ ଦେଇଥିବା ସୂଚନା ମୁତାବକ, ମାଇକେଲ ମା’ଙ୍କ ମୁଣ୍ଡରେ ବନ୍ଧୁକ ରଖିଥିଲା । ଦୁହିଁଙ୍କ ମଧ୍ୟ ପାଟିତୁଣ୍ଡ ହେବା ପରେ ମାଇକେଲ ମା’ଙ୍କ ଉପରକୁ ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେ ତାଙ୍କ ୧୪ ବର୍ଷୀୟ ସାନ ଭଉଣୀକୁ ଧରି ନାଚିଥିଲା ।
ଭଉଣୀ ପୁଲିସକୁ ସୂଚନା ଦେବା ପରେ ମାଇକେଲ ଝରକା ଡେଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘରର ତଳ ମହଲାରେ ଥିବା ଏକ ବାଥରୁମ ଭିତରୁ ମାଇକେଲକୁ ପୁଲିସ ଗିରଫ କରିଥିଲା । ମାଇକେଲ ନାଁରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
The post ଖାଇବାକୁ ବସିଥିଲା ମା’, ଗୁଳି କଲା ପୁଅ appeared first on Odisha Reporter.
from Odisha Reporter https://ift.tt/3hoK0oD
No comments:
Post a Comment