ସୁନା, ରୁପା ଭଳି କମୋଡିଟିରେ ସାମିଲ୍ ହେଲା ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 13, 2020

ସୁନା, ରୁପା ଭଳି କମୋଡିଟିରେ ସାମିଲ୍ ହେଲା ପାଣି

ନ୍ୟୁୟର୍କ: ପାଣିକୁ ବିକ୍ରି କଲେ ଗଳଗଣ୍ଡ ହେବ। ଛୋଟ ପିଲାବେଳେ ଏମିତି ଆମେ ସମସ୍ତେ ଶୁଣିଥିଲେ ବାପା, ମା ସାଙ୍ଗ ସାଥୀଙ୍କ ପାଖରୁ। ଏବେ କିନ୍ତୁ ସ୍ଥିତି ବଦଳିଛି, ପାଣିକୁ ଲୋକମାନେ ଏବେ କିଣି ପିଇାବାକୁ ପସନ୍ଦ କରୁଛନ୍ତି। ହେଲେ ଚିନ୍ତାର ବିଷୟ ଯେ ସୁନା, ରୁପା, ଚିନି, ଅଶୋଧିତ ତେଲ ଭଳି ‘ଫ୍ୟୁଚର’ କମୋଡୋଟିରେ ସାମିଲ୍ ହୋଇଛି ପାଣି। ପ୍ରଥମ ଥର ପାଇଁ ଆମେରିକାର ୱାଲ୍ ଷ୍ଟ୍ରିଟରେ ପାଣିକୁ ଆନୁଷ୍ଠାନିକ ଭାବରେ କମୋଡଟିରେ ସାମିଲ୍ କରାଯାଇଛି। ଆମେରିକାର ବିଭିନ୍ନ ରାଜ୍ୟରେ ଗୋଟିଏ ପଟେ ପାଣି ସଙ୍କଟ ଉତ୍କଟ ରୂପ ନେଇଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବାଣିଜ୍ୟିକ ଯୁଦ୍ଧ।

ଚିକାଗୋ ସ୍ଥିତ CME ଗ୍ରୁପ ଏହାକୁ କମୋଡିଟିରେ ସାମିଲ୍ କରିଛି। କାଲିଫର୍ଣ୍ଣିଆର ସ୍ପଟ୍ ୱାଟର ବଜାରରେ ୧୧୦ କୋଟି ଡଲାରର ଗଚ୍ଛିତ ପାଣିକୁ ଏହି କମ୍ପାନୀ କିଣିଛି। ବ୍ଲୁମବର୍ଗ ଏହି ରିପୋର୍ଟ ପ୍ରକାଶ କରିଛି।

ଜଳବାୟୁ ପରିବର୍ତ୍ତନ ଏବଂ ମଣିଷର କାର୍ଯ୍ୟକଳାପ ଯୋଗୁଁ ସମଗ୍ର ବିଶ୍ୱରେ ଭୟଙ୍କର ମରୁଡ଼ି ଦେଖାଦେଲାଣି। ସେହିପରି ପାଣି ଯେଉଁ ସ୍ତରରେ ଉପଲବ୍ଧ ଥିଲା ତାହା କ୍ରମେ ହ୍ରାସ ପାଇ ଗଲାଣି।

କାଲିଫର୍ଣ୍ଣିଆରେ ଦୀର୍ଘ ଦିନର ମରୁଡ଼ି ପରିସ୍ଥିତି ଦେଖାଦେଇଛି, ଏବଂ ଖୁବ୍ କମ୍ ସମୟ ରାଜ୍ୟ ଗୁଡିକରେ ବର୍ଷା ହୁଏ। ଯେଉଁଥିପାଇଁ ଏଭଳି ବ୍ୟବସାୟିକ ସ୍ଥିତି ଉପୁଜିଛି। ଆଉ ବଜାରକୁ ପ୍ରଭାବିତ କରିଛି ବୋଲି ନାସଡାକ୍ ଗ୍ଲୋବାଲ୍ ଇଣ୍ଡେକ୍ସର ମୁଖ୍ୟ ପ୍ରଡକ୍ଟ ଡେଭଲପର୍ ପାଟ୍ରିକ୍ ଔଲଫ୍ ସିଏନ୍ଏନ୍ କୁ କହିଛନ୍ତି।

କେମିତି ଏହି ବ୍ୟବସାୟ?
ମନେକର ଜଣେ ବ୍ୟକ୍ତି ଲିଟର ପିଛା ୧ ଟଙ୍କାରେ ୧୦୦ ଟନ୍ ପାଣି କିଣିଲା। ଏହାର ଦରକୁ ସେ ଜାନୁଆରୀ ଅନ୍ତିମ ଯାଏ ଫିକ୍ସ ରଖିଲା। ଯଦି ଏହି ଦାମରୁ ଅଧିକ ଦାମରେ କେହି କିଣିବ ତାହେଲେ ସେ ଲାଭ ପାଇବ। ଯଦି କମିବ ତାହେଲେ ଟ୍ରେଡିଂ କରିଥିବା ବ୍ୟକ୍ତି କ୍ଷତିରେ ପଡ଼ିବ।

ହେଲେ ପାଣିକୁ ଟ୍ରେଡିଂରେ ଲଗାଇଥିବା ଏହି ବ୍ୟକ୍ତି ଖରା ଦିନରେ ବା ଶୁଖିଲା ସମୟରେ ବିକ୍ରି କରିବାକୁ ଚେଷ୍ଟା କରିବ। କାରଣ ପାଣିର ଘୋର ଅଭାବ ଥିବ ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲୋକମାନେ ପାଣି କିଣିବେ।

ସୂଚନାଯୋଗ୍ୟ, ଖାଦ୍ୟ ଏବଂ କୃଷି ସଂଗଠନ (FAO) ଏକ ରିପୋର୍ଟରେ ଦର୍ଶାଇଛି ଯେ ବିଶ୍ୱରେ ପ୍ରାୟ ୧୨୦ କୋଟି ଲୋକ ପାଣିର ଅଭାବକୁ ନେଇ ବିଭିନ୍ନ ଚାପର ସମ୍ମୁଖୀନ ହେଉଛନ୍ତି। ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଗତ ଦୁଇ ଦଶନ୍ଧିରେ ମୁଣ୍ଡପିଛା ଉପଲବ୍ଧ ପିଇବା ଜଳ ସମ୍ବଳର ବାର୍ଷିକ ପରିମାଣ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି।

ରିପୋର୍ଟ ଅନୁଯାୟୀ ଆମେରିକାରେ ଅନେକ ରାଜ୍ୟରେ ପାଣିକୁ ବିକାଶ ସହିତ ଯୋଡ଼ା ହୋଇଛି। ‘ଜିରୋ ହଙ୍ଗର’ ବା ଭୋକିଲାଙ୍କ ସଂଖ୍ୟା ଶୂନ କରିବା, ଅଭାବୀ ଜଳ ସମ୍ପଦକୁ ଭଲ ଭାବରେ ପରିଚାଳନା କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ‘ଫ୍ୟୁଚର’କୁ ନାସଡାକ୍ ୱାଲେସ୍ କାଲିଫର୍ନିଆ ୱାଟର ଇଣ୍ଡେକ୍ସ ସହିତ ଦୁଇ ବର୍ଷ ପୂର୍ବେ ଯୋଡା ହୋଇଛି। ଯିଏକି ପାଣିର ହାରାହାରି ମୂଲ୍ୟ ମାପିଥାଏ।

ଖାଲି ଆମେରିକା ନୁହେଁ ଭାରତ ମଧ୍ୟରେ ଖରା ଦିନରେ ପାଣିର ଅଭାବ ଦେଖାଦିଏ। ତାମିଲନାଡୁ, ରାଜସ୍ଥାନ ଆଦି ଅନେକ ରାଜ୍ୟରେ ପାଣିର ଅଭାବ ଦେଖାଦିଏ। ପିଇବା ପାଣି ଟ୍ୟାଙ୍କର ଯୋଗ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସରକାର ଯୋଗାଇଥାନ୍ତି। ତେଣୁ ଏବେ ସମୟ ଆସିଛି ପାଣିକୁ ନେଇ ନିଜେ ସଚେତନ ହେବା ଏବଂ ପାଣି ନଷ୍ଟ ନକରିବା। ବିଭିନ୍ନ ଉପାୟରେ ପାଣିର ସଂରକ୍ଷଣ ଠିକ୍ ଭାବରେ କରିବା ଦରକାର।

The post ସୁନା, ରୁପା ଭଳି କମୋଡିଟିରେ ସାମିଲ୍ ହେଲା ପାଣି appeared first on Odisha Reporter.



from Odisha Reporter https://ift.tt/346k3ok

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages