ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ କାଉଣ୍ଟର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ କିଷାନ ସେନାର ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଯାଏ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦ ହଜାର ଚାଷୀମାନେ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶରୁ ଶୋଭାଯାତ୍ରା ଆରମ୍ଭ କରି ଦିଲ୍ଲୀରେ ପହଞ୍ଚିବେ ବୋଲି କିଷାନ ସେନା ପକ୍ଷରୁ କୁହାଯାଇଛି।
କିଷାନ ସେନାର ଆବାହକ ଠାକୁର ଗୌରୀ ଶଙ୍କର ସିଂହ କହିଛନ୍ତି, “କୃଷି ଆଇନ ସମର୍ଥନରେ ଆଜି ଠାରୁ ଆରମ୍ଭ ହେବାକୁ ଥିବା ଶୋଭାଯାତ୍ରାରେ ମଥୁରା, ଆଗ୍ରା, ଫିରୋଜାବାଦ, ହାଥରସ, ମୀରଟ ଓ ମୁଜାଫରନଗରର ଚାଷୀ ସାମିଲ ହେବେ। ଆମେ ଶୋଭାଯାତ୍ରାର ଅନୁମତି ପାଇଁ ପ୍ରଶାସନକୁ ଚିଠି ଲେଖିଥିଲୁ। ହେଲେ ଏଯାଏ ଆମକୁ କୌଣସି ଉତ୍ତର ମିଳିନାହିଁ।
ଅନୁମତି ମିଳିବା ପରେ ଗୁରୁବାର ପ୍ରାୟ ୨୦ ହଜାର ଚାଷୀ ଶୋଭାଯାତ୍ରାରେ ଦିଲ୍ଲୀ ଯିବେ ଓ ସେଠାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ କରିବେ। ଆମେ ତାଙ୍କୁ ଭେଟି ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ କେବଳ ପଞ୍ଜାବ ଓ ହରିଆଣା ୟୁନିୟନର ସଦସ୍ୟ। ଏମାନେ ସମଗ୍ର ଭାରତରେ ଥିବା ଚାଷୀ ପ୍ରତିନିଧି ନୁହନ୍ତି। ବିଶେଷ କରି ଉତ୍ତର ପ୍ରଦେଶର ଚାଷୀଙ୍କ ସହ ଏମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିବୁ।”
ଏହାପୂର୍ବରୁ ଏକାଧିକ ଚାଷୀ ସଂଗଠନ ମଧ୍ୟ କୃଷି ଆଇନକୁ ସମର୍ଥନ କରୁଥିବା କଥା କହିଥିଲେ। ଗତ ସପ୍ତାହରେ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶର ହିନ୍ଦ ମଜଦୁର କିଷାନ ସମିତି କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି କୃଷି ଆଇନକୁ ସମର୍ଥନ କରୁଥିବା କଥା ଲିଖିତ ଭାବେ ଜଣାଇଥିଲା। ସେହିପରି ହରିଆଣାର ଦୁଇଟି ଓ ଉତ୍ତରାଖଣ୍ଡର ଗୋଟିଏ ଗ୍ରୁପ୍ ମଧ୍ୟ କୃଷି ଆଇନକୁ ସମର୍ଥନ ଘୋଷଣା କରିଥିଲା।
The post କୃଷି ଆଇନକୁ ସମର୍ଥନ କରି ଦିଲ୍ଲୀ ଅଭିମୁଖେ ୨୦ ହଜାର ଚାଷୀ appeared first on Odisha Reporter.
from Odisha Reporter https://ift.tt/34H4vaP
No comments:
Post a Comment