ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 23, 2020

ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ

ବ୍ରହ୍ମପୁର/ସୋନପୁର(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

ରାୟଗଡ଼ା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନ ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘର ସମେତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ।

ଉଦ୍ଧବଙ୍କ ବ୍ରହ୍ମପୁର, ଧରାକୋଟ, ପୁରୀସ୍ଥିତ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ହୋଇଛି। ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଥିବା ଜଣାଯାଇଛି।

ଏହାବ୍ୟତୀତ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ( PEO) ଦୁର୍ଯୋଧନ ମେହେରଙ୍କ ଘରେ ମଧ୍ୟ ରେଡ୍ ହୋଇଛି।  ଦୁର୍ଯୋଧନଙ୍କ ସୋନପୁର ଘର ଓ ଅଫିସ୍‌ରେ ଏହି ରେଡ ହେଉଛି।

The post ଯନ୍ତ୍ରୀଙ୍କ ସମେତ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ appeared first on Odisha Reporter.



from Odisha Reporter https://ift.tt/3hjfGvt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages