‘ଚାଇନା ନୀତିର ମୋହରା ସାଜିଛି ପାକିସ୍ତାନ, ଆଫଗାନରେ ପ୍ରବେଶ ପାଇଁ ଚାଲିଛି ଷଡ଼ଯନ୍ତ୍ର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

‘ଚାଇନା ନୀତିର ମୋହରା ସାଜିଛି ପାକିସ୍ତାନ, ଆଫଗାନରେ ପ୍ରବେଶ ପାଇଁ ଚାଲିଛି ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ବିସ୍ତାରବାଦୀ ଚାଇନାର ନୂଆ ରଣନୀତର ମୋହର ସାଜିଛି ପାକିସ୍ତାନ। ବନ୍ଧୁ ପାକିସ୍ତାନକୁ ଢାଲ କରି ଆଫଗାନିସ୍ତାନରେ ନିଜର ଯବାନଙ୍କୁ ପ୍ରବେଶ କରିବାକୁ ଯୋଜନା ଆରମ୍ଭ କରିଛି ଚାଇନା। ଆମେରିକା ସେନା ଆଫଗାନିସ୍ତାନରୁ ବାହାରିବା ପରେ ବେଜିଂ ନିଜର ଯବାନଙ୍କୁ ସେଠାକୁ ପଠାଇ ହୁକୁମାତି ଦେଖାଇବାକୁ ଲକ୍ଷ୍ୟ ରଖିଛି। ଏଥିରେ ପାକିସ୍ତାନ ସବୁ ପ୍ରକାରର ସହାୟତା କରୁଥିବା ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ କହିଛନ୍ତି।

ଗୋଟିଏ ୱେବନାରରେ ଯୋଗଦେଇ ସେ କହିଛନ୍ତି, ଚାଇନା-ପାକିସ୍ତାନ ଇକୋନୋମିକ କରିଡର ଯୋଗୁ ଇସଲାମାବାଦ ଉପରେ ଋଣ ଭାର ବଢ଼ିବାରେ ଲାଗିଛି। ଏହି କାରଣରୁ ଆଗାମୀ ଦିନରେ ପାକିସ୍ତାନ ନିଜର ସବୁ କାମ ପାଇଁ ଚାଇନା ଉପରେ ନିର୍ଭର କରିବ। ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ପାକିସ୍ତାନ ରାସ୍ତା ଦେଇ ଚାଇନା ସେଠାରେ ପ୍ରବେଶ କରିବାକୁ ସୁଯୋଗ ପାଇବ। ଏଥିପାଇଁ ପାକିସ୍ତାନ ସବୁ ପ୍ରକାରର ସହାୟତା କରିବା ଆରମ୍ଭ କରିଦେଇଛି। ଏସିହା ମହାଦେଶରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚାଇନା ଏପରି ନୂଆ ନୀତି ଆପଣାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଲଦାଖ ସୀମାରେ ଚାଇନାର ଆକ୍ରମଣାତ୍ମକ ରୂପ ସମ୍ପର୍କରେ ବାୟୁସେନା ମୁଖ୍ୟ ଶ୍ରୀ ଭଦୌରିଆ କହିଛନ୍ତି, ଲଦାଖ ସୀମାରେ ଚାଇନା ନିଜର ଦବଦବା ଦେଖାଇବାକୁ ଚାହୁଁଛି। ଏଥିପାଇଁ ଏଲଏସିରେ ଚାଇନା ବିପୁଳ ସଂଖ୍ୟାରେ ସେନା ମୁତୟନ କରିଛି। ଏମାନଙ୍କ ପାଖରେ ରାଡାର ଓ ମିସାଇଲ ମାଡ଼ କରିବାର ଅସ୍ତ୍ରଶସ୍ତ୍ର ରହିଛି।

ସ୍ଥଳସେନାକୁ ଚାଇନାର ବାୟୁସେନା ସବୁ ପ୍ରକାରର ସହାୟତା କରୁଛି। ହେଲେ ଏହାର ଜବାବ ଦେବାକୁ ଭାରତ ମଧ୍ୟ ସବୁ ପ୍ରକାରର ଯୋଜନା ପ୍ରସ୍ତୁତ କରି ରଖିଛି। ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ଚାଇନାର ସବୁ ଯୋଜନା ଉପରେ ନଜର ରଖିଥିବା ସେ କହିଛନ୍ତି।

The post ‘ଚାଇନା ନୀତିର ମୋହରା ସାଜିଛି ପାକିସ୍ତାନ, ଆଫଗାନରେ ପ୍ରବେଶ ପାଇଁ ଚାଲିଛି ଷଡ଼ଯନ୍ତ୍ର’ appeared first on Odisha Reporter.



from Odisha Reporter https://ift.tt/3hwvyeb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages