KGF ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଲେ ପ୍ରଭାସ, ଆସିଲା ଦମଦାର୍ ଫାଷ୍ଟ ଲୁକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

KGF ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଲେ ପ୍ରଭାସ, ଆସିଲା ଦମଦାର୍ ଫାଷ୍ଟ ଲୁକ୍

ଚେନ୍ନାଇ: ସୁପର ହିଟ୍ ଫିଲ୍ମ କେଜିଏଫ୍ ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଛନ୍ତି ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ୍ ପ୍ରଭାସ । ଏହି ସୁପରଷ୍ଟାରଙ୍କୁ ନେଇ କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏକ ଫିଲ୍ମ ତିଆରି କରୁଛନ୍ତି ।  ତାଙ୍କ ଆଗାମୀ ଫିଲ୍ମ ‘ସଲାର’ରେ ଲିଡ୍ ରୋଲରେ ପ୍ରଭାସ ନଜର ଆସିବେ ବୋଲି ନିର୍ଦ୍ଦେଶକ ଘୋଷଣା କରିଛନ୍ତି ।

ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ସୋଶାଲ ମିଡିଆରେ ‘ସଲାର’ ଫିଲ୍ମର ଫାଷ୍ଟ ଲୁକକୁ  ଜାରି କରିଛନ୍ତି ।  ଏହି ପୋଷ୍ଟରେ ‘ଦ ମୋଷ୍ଟ ଭାଓଲେଣ୍ଟ ମ୍ୟାନ୍…କଲଡ୍ ୱାନ ମ୍ୟାନ୍…ଦ ମୋଷ୍ଟ ଭାଓଲେଣ୍ଟ’ କ୍ୟାପସନ ରହିଛି । ଏହି ପୋଷ୍ଟରେ ପ୍ରଭାସଙ୍କୁ ଏକ ବନ୍ଧୁକ ଧରି ବସିଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମ ଜରିଆରେ ପ୍ରଭାସଙ୍କ ପୁଣି ଥରେ ଦମଦାର ଆକ୍ସନ ଦେଖିବାକୁ ମିଳିବ । ତେବେ ଏଥିରେ ତାଙ୍କ ଅପୋଜିଟ୍ ରେ କିଏ ନାୟିକା ସାଜିବେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ତେବେ ପୋଷ୍ଟରଟି ସୋଶାଲ ମିଡିଆରେ ରିଲିଜ ହେବା ପରେ ଭାଇରାଲ ହେବା ସହ ଫ୍ୟାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି ।


ସୂଚନାଯୋଗ୍ୟ ଯେ, ‘ସଲାର’ ବ୍ୟତୀତ ପ୍ରଭାସ ଖୁବଶୀଘ୍ର ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଫିଲ୍ମ ‘ଆଦିପୁରୁଷ’ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ସୈଫ ଅଲ୍ଲିଖାନ୍, କ୍ରିତି ସାନନ ପ୍ରମୁଖ ନଜର ଆସିବେ । ପୌରାଣିକ କଥାବସ୍ତୁ ରାମାୟଣ ଉପରେ ଏହି ଫିଲ୍ମ ଆଧାରିତ ହେବ ।

The post KGF ନିର୍ଦ୍ଦେଶକଙ୍କ ସହ ହାତ ମିଳାଇଲେ ପ୍ରଭାସ, ଆସିଲା ଦମଦାର୍ ଫାଷ୍ଟ ଲୁକ୍ appeared first on Odisha Reporter.



from Odisha Reporter https://ift.tt/33DxwUC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages