ଆଇପିଏଲରେ ସାମିଲ୍‌ ହେବେ କି ଆଉ ଦୁଇ ଟିମ୍, ୨୪ରେ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 2, 2020

ଆଇପିଏଲରେ ସାମିଲ୍‌ ହେବେ କି ଆଉ ଦୁଇ ଟିମ୍, ୨୪ରେ ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏହାରି ଭିତରେ ଅର୍ଥାତ୍ ଡିସେମ୍ବର ୨୪ ତାରିଖରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ହେବ। ଏନେଇ ବିସିସିଆଇ ସେକ୍ରେଟାରୀ ରାଜ୍ୟ କ୍ରିକେଟ୍ ସଂଘଗୁଡ଼ିକୁ ସୂଚନା ଦେଇଛନ୍ତି। ଏହି ବୈଠକରେ ଆଇପିଏଲରେ ନୂଆ ଟିମ୍ ଖେଳାଇବାଠାରୁ ଆରମ୍ଭ କରି ଅଲିମ୍ପିକରେ କ୍ରିକେଟ୍‌ର ସାମିଲ୍‌ ସମେତ ୨୩ଟି ପଏଣ୍ଟ ଉପରେ ଆଲୋଚନା ହେବ।

ଏଏନଆଇକୁ ଏକ ଇମେଲ୍ କରି ବିସିସିଆଇ ସେକ୍ରେଟାରୀ ଲେଖିଛନ୍ତି, ବିସିସିଆଇର ୮୯ତମ ଏଜିଏମ୍ ଡିସେମ୍ବର ୨୪ ତାରିଖରେ ହେବ। ବୈଠକର ସ୍ଥାନ ଓ ଏହାର ପରବର୍ତ୍ତୀ ସୂଚନା ଖୁବଶୀଘ୍ର ସୂଚାଇ ଦିଆଯିବ। ସମସ୍ତେ ଏହି ବୈଠକରେ ଯୋଗ ଦେବାକୁ ନିବେଦନ କରାଯାଇଛି।

ଏହି ବୈଠକରେ ଦୁଇ ପ୍ରତିନିଧିର ନିର୍ବାଚନ, ଜେନେରାଲ୍ ବଡ଼ିରେ ଦୁଇ ପ୍ରତିନିଧିଙ୍କର ଚୟନ ଏବଂ ଭାରତୀୟ କ୍ରିକେଟ୍‌ ଆସୋସିଏସନରେ ଜଣେ ପ୍ରତିନିଧିଙ୍କର ଚୟନ ଉପରେ ଆଲୋଚନା ହେବ। ଏହାବ୍ୟତୀତ ଲୋକପା‌ଳ, ନୀତି ଅଧିକାରୀ, ଆଇସିସିରେ ବିସିସିଆଇର ପ୍ରତିନିଧି, କ୍ରିକେଟ୍‌ କମିଟି ଏବଂ ଅମ୍ପାୟାର କମିଟିର ଗଠନ କରାଯିବ।

ସେହିପରି ବୈଠକରେ କ୍ରିକେଟକୁ ଯଥାଶୀଘ୍ର ଅଲିମ୍ପିକ୍ସରେ ସାମିଲ୍‌ କରିବା ଉପରେ ଆଲୋଚନା ହେବ। ୨୦୨୮ ଲସ୍ ଆଞ୍ଜେଲିସ ଅଲିମ୍ପିକ୍ସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ବିସିସିଆଇ ଚାହିଁବ। ଅପରପକ୍ଷରେ ଆଇସିସି ସମ୍ବନ୍ଧିତ ଅପଡେଟ୍, ଜାତୀୟ କ୍ରିକେଟ୍‌ ଏକାଡେମୀ ଏବଂ ୨୦୨୧ ଟି-୨୦ ୱାର୍ଲ୍ଡ କପର ଭବିଷ୍ୟତ ଉପରେ ମଧ୍ୟ ଚର୍ଚ୍ଚା ହେବ।

The post ଆଇପିଏଲରେ ସାମିଲ୍‌ ହେବେ କି ଆଉ ଦୁଇ ଟିମ୍, ୨୪ରେ ନିଷ୍ପତ୍ତି appeared first on Odisha Reporter.



from Odisha Reporter https://ift.tt/3g3y373

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages