ଖୋଲିଲା ମା’ ବୁଢ଼ି ଠାକୁରାଣୀ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ଖୋଲିଲା ମା’ ବୁଢ଼ି ଠାକୁରାଣୀ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କର ମନ୍ଦିର ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିବା ବେଳେ ଆଜି ସକାଳୁ ଖୋଲିଛି ମା’ ବୁଢ଼ି ଠାକୁରାଣୀ ମନ୍ଦିର। ଶୃଙ୍ଖଳିତ ଦର୍ଶନ ପାଇଁ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିପାରିବେ।

ତେବେ ଗର୍ଭଗୃହକୁ ପ୍ରବେଶ ଉପରେ କଟକଣା ରହିଛି । କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା। ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଦେଇଛି ।

କରୋନା କଟକଣା ଭିତରେ ଗଂଜାମ ଜିଲ୍ଲାରେ ଆଜିଠୁ  ସମସ୍ତ ମନ୍ଦିର ଖୋଲିଛି। ଶ୍ରଦ୍ଧାଳୁମାନେ କୋଭିଡ୍ କଟକଣା ମାନି ମନ୍ଦିରରେ ପ୍ରବେଶ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ସୋମବାର ଥିବାରୁ ବିଶେଷ କରି ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ସୂଚନାଯୋଗ୍ୟ, ଗଞ୍ଜାମର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କର ମନ୍ଦିର ରବିବାର ସକାଳୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା।ଗତକାଲି ସକାଳେ ମା’ଙ୍କର ମହାଆଳତି ଶେଷ ହେବା ପରେ ସାହାଣମେଲା ଆରମ୍ଭ ହୋଇଥିଲା। ଭକ୍ତମାନେ ଧାଡ଼ିରେ ରହି ଦେବୀ ଦର୍ଶନ କରିଥିଲେ। କୋଭିଡ୍‌-୧୯ କଟକଣା ଯୋଗୁଁ ମନ୍ଦିରର ଗର୍ଭଗୃହ ବାରଣ କରାଯାଇଥିବାରୁ ଦର୍ଶନାର୍ଥୀମାନେ ଜଗମୋହନରେ ରହି ଦର୍ଶନ କରିଥିଲେ। ଦେବୀ ଦର୍ଶନ ନିମନ୍ତେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଅନୁମତି ମିଳିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ମାର୍ଚ୍ଚ ୧୦ ତାରିଖରେ ଗଞ୍ଜାମ ଜିଲ୍ଲାରେ ସର୍ବପ୍ରଥମେ କୋଭିଡ୍‌-୧୯ ମହାମାରିଜନିତ କଟକଣା ଜାରି କରାଯିବା ସହ ତାରାତାରିଣୀ ମନ୍ଦିରକୁ ବନ୍ଦ ରଖାଯାଇଥିଲା। ଫଳରେ ଦେବୀଙ୍କର ପ୍ରସିଦ୍ଧ ଚୈତ୍ରଯାତ୍ରା ମଧ୍ୟ ବନ୍ଦ ହୋଇଥିଲା।

ଏହାବ୍ୟତୀତ ଗତକାଲି ପରି ଆଜି ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ।  ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ୍ ନିୟମକୁ ପାଳନ କରିବା ସହ ସ୍ୱତନ୍ତ୍ର ଏସ୍ଓପି ଜାରି କରାଯାଇଛି । ଦିନକୁ ୧୫ ହଜାରରୁ ଅଧିକ ଭକ୍ତଙ୍କୁ ଦର୍ଶନ ସୁଯୋଗ ଯେପରି ମିଳିବ ସେ ନେଇ ବନ୍ଦୋବସ୍ତ ହୋଇଛି । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରଦ୍ଧାଳୁମାନେ ପରିଚୟ ପତ୍ର ସହ ମାର୍କେଟ ଛକ ବ୍ୟାରିକେଡ଼ ଦେଇ ପ୍ରବେଶ କରୁଛନ୍ତି  ।

ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ପ୍ରଥମେ ପୁରୀ ନିବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । ପ୍ରଥମ ତିନି ଦିନ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ।  ପରେ ୨୬ତାରିଖରୁ ୩୧ ଯାଏଁ ପୁରୀ ସହରବାସୀ ଜଗା ଦର୍ଶନ କରିଥିଲେ।

ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଥିଲା । ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଥିଲା । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଆସିବାକୁ କୁହାଯାଇଥିଲା ।

ଏହାପରେ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଜିଲ୍ଲା ବାହାର ଭକ୍ତମାନେ ଗତକାଲିଠାରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଠାକୁରଙ୍କ ବଲ୍ଳଭ ଭୋଗ ପରଠୁ ରାତି ପହୁଡ଼ ଯାଏଁ ଦର୍ଶନ କରିବାକୁ ସୁଯୋଗ ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

The post ଖୋଲିଲା ମା’ ବୁଢ଼ି ଠାକୁରାଣୀ ମନ୍ଦିର, ଗର୍ଭଗୃହକୁ ପ୍ରବେଶ ମନା appeared first on Odisha Reporter.



from Odisha Reporter https://ift.tt/2MkjSzF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages