ଗାଜିଆବାଦ: ୟୁପି ଗାଜିଆବାଦ ସ୍ଥିତ ମୁରାଦନଗରରେ ଥିବା ଏକ ଘରର ଛାତ ଭୁଶୁଡି ପଡ଼ିବା ଘଟଣାରେ ତିନି ଜଣ ଗିରଫ୍। ସୋମବାର ଇଓ ନିହାରିକା, ସୁପରଭାଇଜର ଆଶିଷ ଏବଂ ଜେ ଚନ୍ଦ୍ରପାଲଙ୍କୁ ଗିରଫ କରାଯାଇଛି। ରବିବାର ଶବଦାହ ବେଳେ ବର୍ଷା ହୋଇଥିଲା। ଏହି ସମୟରେ ମଶାଣିରେ ଥିବା ଘରେ ୨୦ରୁ ଅଧିକ ଆଶ୍ରୟ ନେଇଥିଲେ। ପ୍ରବଳ ବର୍ଷାରେ କିନ୍ତୁ ଛାତ ଭୁଶୁଡ଼ି ପଡ଼ିବାରୁ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅନେକ ଆହତ ହୋଇଥିଲେ।
ଏନଡିଆରଏଫ ଟିମ୍ ଆସି ଆହତଙ୍କୁ ଉଦ୍ଧାର କରିଥିଲା। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ଘର ଭୁଶୁଡ଼ି ପଡିବାର ଏକ ରିପୋର୍ଟ ମାଗିଥିଲେ। ସୋମବାର ପୌରପାଳିକାର ଇଓ ନିହାରିକା ସିଂ ସୁପରଭାଇଜର ଆଶିଷ, ଜେ ଚନ୍ଦ୍ରପାଲ ଏବଂ କଣ୍ଟ୍ରାକ୍ଟର ଅଜୟ ତ୍ୟାଗିଙ୍କୁ ବିରୋଧରେ ମକୋଦ୍ଦମା ଦାୟର କରାଯାଇଥିଲା।
ଏନଡିଆରଏଫ ଅଧିକାରୀ ପ୍ରବୀଣ ତିୱାରୀ ରବିବାର କହିଥିଲେ, ଯେ କୌଣସି କୋଠାର ଅବଧି ୫୦ ବର୍ଷ ପର୍ଯ୍ୟନ୍ତ। କିନ୍ତୁ ଏହି କୋଠାଟି ଏବେ ତିଆରି ହୋଇଛି। ନିର୍ମାଣକୁ ଦେଖିଲେ ଲାଗୁଛି ଯେ ସିମେଣ୍ଟ ଏବଂ ବାଲି ସଠିକ୍ ଅନୁପାତରେ ବ୍ୟବହୃତ ହୋଇନାହିଁ। ତେଣୁ ଏଭଳି ଦୁର୍ଘଟଣା ଘଟିଛି।
The post ମଶାଣିରେ ଛାତ ଭୁଶୁଡିବା ଘଟଣା, ୩ ଗିରଫ appeared first on Odisha Reporter.
from Odisha Reporter https://ift.tt/3ncp9Gr
No comments:
Post a Comment