ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୯ ମାସ ପରେ ଜନସମାବେଶରେ ଯୋଗଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୯ ମାସ ପରେ ଜନସମାବେଶରେ ଯୋଗଦେବେ

କଳାହାଣ୍ଡି( ଓଡ଼ିଶା ରିପୋର୍ଟର ): କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ।କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ  ସାଧାରଣ କାର୍ଯ୍ୟକ୍ରମ।

ଆଜି ପୂର୍ବାହ୍ନ ୧୧ ଟା ୩୫ମିନିଟରେ ଜୟପାଟଣା ବ୍ଲକ ମଗଂଲପୁରରେ ହେଲିକପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ଆୟୋଜନ ସହ ମାଳ ମାଳ ମନ୍ତ୍ରୀ ଓ ବିଧାୟକ କଳାହାଣ୍ଡିରେ ଡେରା ପକାଇଛନ୍ତି । ଏହାପରେ ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଦ୍ବାରା ଜୟପାଟଣା , କୋକସରା ଏବଂ ଧର୍ମଗଡ ବ୍ଲକ ର ୨୫ ହଜାର ୨୭୫ ହେକ୍ଟର ଜମି କୁ ଜଳସେଚନ ହୋଇପାରିବ ।

। ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଛି ୩ଟି ଷ୍ଟେଜ୍ ।  କେବଳ RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ସଭା ସ୍ଥଳକୁ ଯାଇପାରିବେ ବୋଲି ଆଲୋଚନା ହେଉଛି।

କୋଭିଡ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ୪୦ ଗୋଟି ପଞ୍ଚାୟତରେ ସିଧା ପ୍ରସାରଣ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରାୟ ୨୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଏହି ପ୍ରକଳ୍ପ ଦ୍ୱାରା କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଲକର ୮୭ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ । ତେବେ ଗତକାଲି ଭବାନୀପାଟଣାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ତିନି ମନ୍ତ୍ରୀଙ୍କ ଗାଡି ସାମ୍ନା କୁ ଯାଇ କଳା ପତାକା ଦେଖାଇ  ବିରୋଧ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ । ଏହି ଅଭିଯୋଗରେ ଆଜି ପାଞ୍ଚ  କଂଗ୍ରେସ କର୍ମୀଙ୍କୁ  ପୁଲିସ୍‌ ଅଟକ ରଖିଛି । ଅଟକ କଂଗ୍ରେସ କର୍ମୀ ମଧ୍ୟରେ ପରମାନନ୍ଦ ମାଝୀ, ମହମଦ ସାହେବ,ଦେବୀ ସିନ୍ଦୁର ପ୍ରମୁଖ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି   ଭବାନୀପାଟଣାରେ ହିଁ କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡ଼ି ସମ୍ମୁଖକୁ ଆସି କଳା ପତାକା ଦେଖାଇ ତୀବ୍ର ବିରୋଧ କରିଥିଲେ । ପୂର୍ବରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋଲକୋ ଲାଇତରା ପ୍ରୋଜେକ୍ଟ ଉଦ୍‌ଘାଟନ କରିଥିଲେ ବି ଏବେ  ତାହା ଅଚଳ ହୋଇ ପଡ଼ିରହିଛି। କଳାହାଣ୍ଡି ଜିଲ୍ଲାରେ ବେକାରୀ ବଢିଚାଲିଛି । ଧାନ କଟନୀ ଛାଟନୀକୁ ନବୀନ ସରକାର ରୋକି ପାରୁ ନ ଥିବାରୁ  କଳାହାଣ୍ଡିରୁ ଗୋ ବ୍ୟାକ୍‌ ନାରାଦେଇ କଂଗ୍ରେସ କର୍ମୀ କଳା ପତାକା ଦେଖାଇଥିଲେ ।

The post ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୯ ମାସ ପରେ ଜନସମାବେଶରେ ଯୋଗଦେବେ appeared first on Odisha Reporter.



from Odisha Reporter https://ift.tt/38DDB69

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages