ଦାଣ୍ଡରେ ବସିଥିଲେ ଯୁବକ, ପିଟି ପିଟି ମାରିଦେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଦାଣ୍ଡରେ ବସିଥିଲେ ଯୁବକ, ପିଟି ପିଟି ମାରିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର(ଜଗନ୍ନାଥ ସାହୁ ): ପୂର୍ବ ଶତ୍ରୁତାରୁ  ଦାଣ୍ଡରେ ବସିଥିବା ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗତକାଲି  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତଗତ ବନ୍ଥପଲ୍ଲୀ ଗ୍ରାମରେ ଘଟିଛି। ମୃତକ ହେଲେ ଦୁଷ୍ମନ୍ତ ଚୌଧୁରୀ।

ଦୁଷ୍ମନ୍ତ ଜଣେ ବିଜେଡିର ସଦସ୍ୟ ଥିବା ସୂଚନା ମିଳିଛି। ଗ୍ରାମରେ ଏକ ମନ୍ଦିର କାମ ଠିକା ନେଇଥିବା ହେତୁ ଗତ କିଛିଦିନ ହେଲା ଅପରଗୋଷ୍ଠୀ  ଦୁଷ୍ମନ୍ତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଗତକାଲି ରାତି ପ୍ରାୟ ୧୧ଟାରେ ଦୁଷ୍ମନ୍ତ ନିଜ ଘର ସମ୍ମୁଖରେ ବସିଥିଲେ। ଏହି ସମୟରେ ଗାଁର ଅପରଗୋଷ୍ଠିର ପ୍ରାୟ ୫ରୁ ୭ ଜଣ ଯୁବକ ସେଠାରେ ପହଞ୍ଚି ଦୁଷ୍ମନ୍ତଙ୍କ ସହ ବଚସା କରିଥିଲେ। ଏହାପରେ ସେମାନେ ଦୁଷ୍ମନ୍ତଙ୍କୁ ଠେଙ୍ଗା ଓ ପଥରରେ ଛେଚି ଦେଇଥିଲେ।

ପରିବାର ଲୋକେ ଦୁଷ୍ମନ୍ତଙ୍କ ଚିତ୍କାର ଶୁଣି ରକ୍ଷା କରିବାକୁ ଆସି ଆକ୍ରମଣର ଶିକାର ହେଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ଦିଗପହଣ୍ଡି ଓ ସଦର ପୁଲିସ୍‌ ପହଞ୍ଚି ଚଦନ୍ତ  ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

 

The post ଦାଣ୍ଡରେ ବସିଥିଲେ ଯୁବକ, ପିଟି ପିଟି ମାରିଦେଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/2MEOOLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages