ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ଘରକୁ ଆସିଲେ ନୂଆ ଅତିଥି। ପୁଣି ଥରେ ବାପା ହେଲେ କପିଲ ଶର୍ମା। ସେ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏନେଇ କପିଲ ନିଜେ ଆଜି ସକାଳୁ ଟୁଇଟ କରି ସୂଚନା ଦେଇଛନ୍ତି।
ସେ ଟୁଇଟ କରି ଲେଖିଛନ୍ତି, ଠାକୁରଙ୍କ କୃପାରୁ ମା’ ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ଆପଣ ସମସ୍ତଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ। କପିଲଙ୍କ ଏହି ସୂଚନା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।
Namaskaar we are blessed with a Baby boy this early morning, by the grace of God Baby n Mother both r fine, thank you so much for all the love, blessings n prayers love you all ginni n kapil #gratitude
— Kapil Sharma (@KapilSharmaK9) February 1, 2021
ସୂଚନା ଯୋଗ୍ୟ ଯେ, କପିଲ ଶର୍ମା ଓ ତାଙ୍କ ପତ୍ନୀ ଗିନ୍ନି ଚତରଥଙ୍କ ଏହା ଦ୍ୱିତୀୟ ସନ୍ତାନ। ଏହାପୂର୍ବରୁ ୨୦୦୯ରେ ସେ କନ୍ୟା ସନ୍ତାନର ବାପା ହୋଇଥିଲେ। କପିଲ ତାଙ୍କ ଝିଅର ନାଁ ଅନାୟରା ରଖିଛନ୍ତି। ୨୦୧୮ରେ ଗିନ୍ନି ଚତରଥଙ୍କ ହାତ ଧରିଲେ କପିଲ। ବୈଦିକ ରୀତିନୀତି ଅନୁସାରେ ଉଭୟ ବିବାହ କରିଥିଲେ।
କମେଡି କିଙ୍ଗ କପିଲ ଶର୍ମା ଖୁବଶୀଘ୍ର ନିଜ ଡିଜିଟାଲ ଡେବ୍ୟୁ ଆରମ୍ଭ କରିବାକୁ ଯାଉଛନ୍ତି। ନେଟ୍ଫ୍ଲିକ୍ସରେ ତାଙ୍କର ଏକ ୱେବ ସିରିଜ ରିଲିଜ ହେବ। ନିକଟରେ ଏକ ଭିଡିଓ ମେସେଜ ଜରିଆରେ କପିଲ ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ।
The post ପୁଣି ବାପା ହେଲେ କମେଡି କିଙ୍ଗ କପିଲ୍ appeared first on Odisha Reporter.
from Odisha Reporter https://ift.tt/3crHm0K
No comments:
Post a Comment