ଟିମ୍ ଇଣ୍ଡିଆକୁ ଝଟକା, ବାଦ୍ ପଡ଼ିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

ଟିମ୍ ଇଣ୍ଡିଆକୁ ଝଟକା, ବାଦ୍ ପଡ଼ିଲେ ରାହୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ଲାଗିଛି ଆଉ ଏକ ଝଟକା। ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବାମ ହାତ ମଣିବନ୍ଧରେ ଆଘାତ ଲାଗିଛି। ତେଣୁ ତାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଥିବା ନେଇ ବିସିସିଆଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ବିସିସିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶନିବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଅଭ୍ୟାସ କରୁଥିବା ବେଳେ କେ.ଏଲ୍ ରାହୁଲଙ୍କ ମଣିବନ୍ଧରେ ଆଘାତ ଲାଗିଥିଲା। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ତିନି ସପ୍ତାହ ଲାଗିବ। ସେଥିପାଇଁ ତାଙ୍କୁ ଅବଶିଷ୍ଟ ଦୁଇଟି ଟେଷ୍ଟ୍ ମ୍ୟାଚ୍ ପାଇଁ ଟିମ୍‌ରୁ ବାଦ୍ ଦିଆଯାଇଛି।

ରାହୁଲ ଭାରତ ଫେରି ଆସିବେ ଓ ବେଙ୍ଗାଲୁରୁ ସ୍ଥିତ ନ୍ୟାସ୍‌ନାଲ୍ କ୍ରିକେଟ୍ ଏକାଡେମୀରେ ସୁସ୍ଥ ଓ ଫିଟ୍ ହେବା ପର୍ଯ୍ୟନ୍ତ ରହିବେ।

ବାପା ହେବାକୁ ଯାଉଥିବା ବିରାଟ କୋହଲି ଛୁଟିରେ ଥିବା ବେଳେ ଆଘାତ କାରଣରୁ ମହମ୍ମଦ ସାମି ଓ ଉମେଶ ଯାଦବ ଟିମ୍‌ରୁ ବାଦ୍ ପଡ଼ିଛନ୍ତି। ଏବେ କେ.ଏଲ୍ ରାହୁଲ ବାଦ୍ ପଡ଼ିବା ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା। କାରଣ ହନୁମା ବିହାରୀଙ୍କ ବଦଳରେ ତାଙ୍କୁ ତୃତୀୟ ଟେଷ୍ଟରେ ଖେଳାଯିବ ବୋଲି ବେଶ୍ ଆଲୋଚନା ହେଉଥିଲା। ଦ୍ୱିତୀୟ ଟେଷ୍ଟରେ ହନୁମା ବିହାରୀ ସେମିତି କିଛି ଖାସ୍ ଖେଳି ପାରି ନଥିଲେ। ତେଣୁ ରାହୁଲଙ୍କୁ ଟିମ୍‌ରେ ସାମିଲ କରିବା ଉଚିତ୍ ବୋଲି ବିଭିନ୍ନ ବର୍ଗରେ ମଧ୍ୟ ମତ ପ୍ରକାଶ ପାଇଥିଲା।

ପ୍ରଥମ ଦୁଇଟି ଟେଷ୍ଟରେ ରାହୁଲ ଖେଳି ନଥିଲେ। କିନ୍ତୁ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍‌ରେ ସେ ଖେଳିଥିଲେ। ଦିନିକିଆ ସିରିଜ୍‌ରେ ସେ ମୋଟ ୯୩ ରନ୍ କରିଥିଲେ। ତେବେ ଏହି ସିରିଜ୍‌ରେ ଭାରତ ୨-୧ରେ ପରାସ୍ତ ହୋଇଥିଲା। ସେହିପରି ଟି-ଟ୍ୱେଣ୍ଟି ସିରିଜ୍‌ରେ ରାହୁଲ ତିନୋଟି ଯାକ ମ୍ୟାଚ୍ ଖେଳି ୮୧ ରନ୍ କରିଥିଲେ। ଭାରତ ଏହି ସିରିଜ୍‌କୁ ୨-୧ରେ ଜିତିଥିଲା।

ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ରୁ ଦୁଇଟି ମ୍ୟାଚ୍ ସରିଯାଇଛି। ଏଥିରୁ ଅଷ୍ଟ୍ରେଲିଆ ଗୋଟିଏ ଜିତିଥିବା ବେଳେ ଭାରତ ଗୋଟିଏ ଜିତିଛି। ତୃତୀୟ ଟେଷ୍ଟ୍ ମ୍ୟାଚ୍ ଜାନୁଆରୀ ୭ ତାରିଖରୁ ସିଡ୍‌ନୀରେ ଖେଳାଯିବ। ସେହିପରି ଶେଷ ମ୍ୟାଚ୍‌ଟି ବ୍ରିସ୍‌ବେନ୍‌ରେ ଖେଳାଯିବ ଓ ଏହା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ।

The post ଟିମ୍ ଇଣ୍ଡିଆକୁ ଝଟକା, ବାଦ୍ ପଡ଼ିଲେ ରାହୁଲ appeared first on Odisha Reporter.



from Odisha Reporter https://ift.tt/3nfa9rh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages