ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା । ଏସ୍‌ପିଙ୍କ କାର୍‌କୁ  ଭଣ୍ଡାରିପୋଖରୀ ଛକ ନିକଟରେ ଏକ କାର୍‌ ଧକ୍କା ଦେଇଥିବା ଜଣାଯାଇଛି। ଟ୍ରକକୁ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖିଛି ଭଣ୍ଡାରିପୋଖରୀ ପୁଲିସ୍‌।.

ସୂଚନାଯୋଗ୍ୟ, ଆଜି ସକାଳେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ଭଣ୍ଡାରିପୋଖରୀ ଚେକ୍‌ ପୋଷ୍ଟ ନିକଟକୁ ଯାଇଥିଲେ। ସେଠାରୁ ସେ ଭଦ୍ରକ ଫେରୁଥିଲେ। ଏହି ସମୟରେ ପଛ ପଟୁ ଆସୁଥିବା ଏକ ଟ୍ରକ୍‌ ଏସ୍‌ପିଙ୍କ ଗାଡ଼ିକୁ ଡାହାଣ ପଟୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଦ୍ରୁତ ଗତିରେ ପଳାଇ ଯାଉଥିବା ବେଳେ ହନୁମାନ ଛକ ନିକଟରୁ ଭଣ୍ଡାରିପୋଖରୀ ପୁଲିସ୍‌ ଗାଡ଼ିକୁ ଜବତ କରିଥିଲା। ଏହାପରେ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି।

ଏହି ଦୁର୍ଘଟଣାରେ ଭଦ୍ରକ ଏସ୍‌ପି ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି।

The post ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍‌ appeared first on Odisha Reporter.



from Odisha Reporter https://ift.tt/3b5fcbn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages