୩୧ ଜାନୁଆରୀ, ରବିବାର: ଦାମୀ ଉପହାର ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 30, 2021

୩୧ ଜାନୁଆରୀ, ରବିବାର: ଦାମୀ ଉପହାର ପାଇବେ

ମେଷ: ପ୍ରତ୍ୟେକ କ୍ଷେତ୍ରରେ ବାଧା ଉପୁଜିବ। ଖର୍ଚ୍ଚାନ୍ତ ହେବେ। ଘରେ ସମସ୍ୟା ଲାଗି ରହିବ। ପ୍ରତିକାର– ସୂର୍ଯ୍ୟଙ୍କୁ ଲାଲ୍ ମନ୍ଦାର ଫୁଲ ଅର୍ପଣ କରନ୍ତୁ।

ବୃଷ: ଆକସ୍ମିକ ଭାବେ କୌଣସି ଆଲୋଚନାରେ ନିଜକୁ ସାମିଲ କରିପାରନ୍ତି। ଦୀର୍ଘ ଦିନର ସୁଚିନ୍ତିତ ଯୋଜନା କାର୍ଯ୍ୟକାରୀ ହେବ। ଆର୍ଥିକ ସହାୟତା ପାଇପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କରିବେ।

କର୍କଟ: ଆଶା କରୁଥିବା ଦିଗରୁ ସଫଳତା ପାଇବା କଷ୍ଟକର ହେବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍ ହେବେ। ଉଚ୍ଚ ଅଧିକାରୀଙ୍କ ସହିତ ସଂପର୍କରେ ସୁଧାର ଆସିବ।

ସିଂହ: ବନ୍ଧୁଙ୍କ ସାହାଯ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କରିବେ। ଦାମୀ ଉପହାର ପାଇବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ।

କନ୍ୟା: ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇବେ। ଅନ୍ୟମାନଙ୍କର କାମ ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ।

ତୁଳା: ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ। ରାଜନୀତି ଓ ସଂଗଠନ କ୍ଷେତ୍ରରେ ସଫଳତା ପାଇବେ।

ବିଛା: ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବେ। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି।

ଧନୁ: ମନ ଚାହୁଁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ପରିବାର ଭିତରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।

ମକର: ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ମନକୁ ଅସ୍ଥିର କରାଇବ। ପଡ଼ୋଶୀଙ୍କ ସହିତ ବିବାଦ ହେବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।

କୁମ୍ଭ: ସହଯୋଗୀଙ୍କ ସହ ଶତ୍ରୁତାର ପରିସମାପ୍ତି ଘଟିପାରେ। ବାରମ୍ବାର କାମରେ ପରିବର୍ତ୍ତନ ଯୋଗୁ ଚିନ୍ତିତ ରହିବେ। ପ୍ରତିକାର– କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଘରେ ଆଲୋଚନା କରିପାରନ୍ତି। ନୂତନ ଯାନବାହନ କିଣିବା ପାଇଁ ମନସ୍ଥ କରିବେ।

The post ୩୧ ଜାନୁଆରୀ, ରବିବାର: ଦାମୀ ଉପହାର ପାଇବେ appeared first on Odisha Reporter.



from Odisha Reporter https://ift.tt/3crymbW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages