ନୂଆଦିଲ୍ଲୀ: ଏଣିକି ହାଉସଫୁଲ ହେବ ସିନେମା ହଲ୍। ଫେବ୍ରୁଆରୀ ୧ରୁ ଅର୍ଥାତ ଆସନ୍ତାକାଲିଠାରୁ ଶତ ପ୍ରତିଶତ ଦର୍ଶକରେ ଚାଲିବ ଫିଲ୍ମ ହଲ୍। ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ। ଫିଲ୍ମ ଡିଷ୍ଟ୍ରିବୁଟର ଓ ହଲ୍ ମାଲିକମାନେ ଉପକୃତ ହେବା ନେଇ ଆଶା କରାଯାଉଛି।
କରୋନା ଯୋଗୁଁ ଗତ ମାର୍ଚ୍ଚ ମାସରୁ ବନ୍ଦ ଥିଲା ସିନେମା ହଲ୍ । ଗତ ଅକ୍ଟୋବର ମାସରୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଏବେ ଶତ ପ୍ରତିଶତ ଦର୍ଶକଙ୍କୁ ହଲ୍ ଖୋଲିବାକୁ ଅନୁମତି ମିଳିଛି। ତେବେ କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ହଲ୍ ବାହାରେ, ଅପେକ୍ଷାଗୃହରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ପରସ୍ପରଠାରୁ ୬ ଫୁଟ୍ ଦୂରତା ବଜାୟ ରଖିବା ସହ ଫେସ୍ କଭର କିମ୍ବା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ହଲ୍ ପରିସରରେ ସାନିଟାଇଜର ରଖିବା ସହ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ୍ କରିବା ପାଇଁ ଗାଇଡ୍ ଲାଇନ୍ ଜାରି ହୋଇଛି। ହଲ୍ ପରିସରରେ ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତେବେ ତୁରନ୍ତ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି।ହଲ୍ ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। ସେହିପରି ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ସମସ୍ତ ଦର୍ଶକଙ୍କୁ ପରାମର୍ଶ ଦିଆଯାଇଛି।
The post ମିଳିଲା ଗ୍ରୀନ ସିଗନାଲ, ଏଥର ହାଉସଫୁଲ୍ ହେବ ସିନେମା ହଲ୍ appeared first on Odisha Reporter.
from Odisha Reporter https://ift.tt/2Yt1cjY
No comments:
Post a Comment