ଡ୍ରିମ୍ ପ୍ରୋଜେକ୍ଟ ‘ସେଣ୍ଟ୍ରାଲ ଭିଷ୍ଟା’କୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 4, 2021

ଡ୍ରିମ୍ ପ୍ରୋଜେକ୍ଟ ‘ସେଣ୍ଟ୍ରାଲ ଭିଷ୍ଟା’କୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିଷ୍ଟାକୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍‌ନାଲ । ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ ପାଇଁ ମଙ୍ଗଳବାର ସର୍ତ୍ତ ମୂଳକ ମଞ୍ଜୁରି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ଏଏମ ଖାନଓ୍ୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି। ଫଳରେ ପ୍ରକଳ୍ପ ବାଟରେ ଥିବା କଣ୍ଟା ହଟିଯାଇଛି ।

ଡିସେମ୍ବର ୨୦୨୦ରେ ନୂଆ ସଂସଦ ଭବନ ନିର୍ମାଣରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ପରିବେଶ ସମ୍ପର୍କିତ କାରଣରୁ ବାଧା ସୃଷ୍ଟି କରାଯାଇଛି । ଏବେ ସୁଦ୍ଧା କୋର୍ଟ ଏହି ପ୍ରକଳ୍ପର କାମ ଉପରେ ରୋକ ଲଗାଇଥିଲେ । ତେବେ ମଙ୍ଗଳବାର ଏହି ସୁପ୍ରିମକୋର୍ଟ ଏହା ଉପରୁ ରୋକ ହଟାଇ ଦେଇଛନ୍ତି । ଖଣ୍ଡପୀଠ ଦୁଇଟି ଭିନ୍ନ ଭିନ୍ନ ନିଷ୍ପତ୍ତି ଶୁଣାଇଥିଲେ । ଗୋଟିଏ ନିଷ୍ପତ୍ତି ଜଷ୍ଟିସ୍ ଏ ଏମ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କର ଥିବା ବେଳେ ଅନ୍ୟଟି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଶୁଣାଇଥିଲେ ।

ସୂଚନାନୁସାରେ, କେନ୍ଦ୍ର ସରକରାଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ବିନା କୌଣସି ଆଇନରେ ସରକାର ଏହି ପ୍ରକଳ୍ପକୁ ଆରମ୍ଭ କରୁଛନ୍ତି । ଏଥିପାଇଁ ପରିବେଶ ମନ୍ତ୍ରାଳୟର ଅନମୁତି ନଥିଲା । ହଜାରେ କୋଟିର ଏହି ଯୋଜନା କେବଳ ସରକାରୀ ଅର୍ଥକୁ ବରବାଦ କରିବା ଭଳି । ଏହା ଦ୍ୱାରା ସଂସଦ ଆଖପାଖରେ ଥିବା ଐତିହାସିକ ସ୍ମାରକିକୁ କ୍ଷତି ପହଁଚିପାରେ । କିନ୍ତୁ କୋର୍ଟ ସମସ୍ତ ଆବେଦନକୁ ଖାରଜ କରି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ସର୍ତ୍ତମୂଳକ ମଞ୍ଜୁରି ଦେଇଛନ୍ତି ।

ମାମଲାର ରାୟ  ଶୁଣାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି, ସମସ୍ତ ଅନୁମତି ସରକାର ନେଇଛନ୍ତି । ସରକାର ପ୍ରକଳ୍ପକୁ ଆଗକୁ ବଢାଇ ପାରିବେ । ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ହେରିଟେଜ୍ କଞ୍ଜର୍ଭେସନ କମିଟିର ମଞ୍ଜୁରି ମଧ୍ୟ ଅଣାଯାଉ। ନିର୍ମାଣ ଅଞ୍ଚଳରେ ସ୍ମୋଗ ଟାୱାର ଲଗାଇବା ଅନିବାର୍ଯ୍ୟ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ନୂଆ ସଂସଦ ଭବନ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ଅଟକ ପ୍ରସ୍ତୁତ କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରସ୍ତାବିତ ଅଞ୍ଚଳରେ ୮୭୬ ଆସନ ବିଶିଷ୍ଠ ଲୋକସଭା ଏବଂ ୪୦୦ ଆସନ ବିଶିଷ୍ଟ ରାଜ୍ୟସଭା ନିର୍ମାଣ କରାଯିବ । ୧୨୨୪ ସିଟ୍‌ ବିଶିଷ୍ଟ ସେଣ୍ଟ୍ରାଲ ହଲ୍‌ ମଧ୍ୟ ତିଆରି କରାଯିବ । ଏଠାରେ ୧୦ଟି ବିଲ୍ଡିଂ ନିର୍ମାଣ କରାଯିବ । ସେଥିରେ ୫୧ଟି ମନ୍ତ୍ରାଳୟ ରହିବ । ମନ୍ତ୍ରାଳୟକୁ ମେଟ୍ରୋ ଷ୍ଟେସନ ଦ୍ବାରା ଭୂଗର୍ଭ ମାର୍ଗ ସହ ସଂଯୋଗ କରାଯିବ ।

The post ଡ୍ରିମ୍ ପ୍ରୋଜେକ୍ଟ ‘ସେଣ୍ଟ୍ରାଲ ଭିଷ୍ଟା’କୁ ମିଳିଲା ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍ appeared first on Odisha Reporter.



from Odisha Reporter https://ift.tt/38gmBmi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages