ନ୍ୟୁୟର୍କ: ଆମେରିକାରେ ହିଂସା। ପୁଲିସ ଗୁଳିରେ ଏଯାବତ ୪ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ସ୍ଥାନରେ ଲକଡାଉନ୍ ଜାରି ହୋଇଥିବା ବେଳେ ହ୍ୱାଇଟ୍ ହାଉସରେ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଜର୍ଜିଆରେ ନିର୍ବାଚନରେ ଜାଲିଆତି ରହିଥିବା ଆମେରିକାର ବିଦାୟୀ ରାଷ୍ଟ୍ରପତି ଦାବି କରିବା ପରେ ଟ୍ରମ୍ପଙ୍କ ସମର୍ଥକ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଭୋଟ ଗଣତି ବନ୍ଦ କରିବାକୁ ଚେଷ୍ଟା କରୁଥିବାବେଳେ ଏହି ସମର୍ଥକମାନେ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।
ରିପୋର୍ଟ ଅନୁଯାୟୀ, ରାତି ପ୍ରାୟ ଗୋଟାଏ ବେଳେ ଟ୍ରମ୍ପ ସମର୍ଥକମାନେ କ୍ୟାପିଟାଲ ବିଲଡିଂ (ସଂସଦ) ନିକଟରେ ଥିବା ପ୍ରତିବନ୍ଧକକୁ ଭାଙ୍ଗି ଦେଇଛନ୍ତି। ଆନ୍ଦୋଳନକାରୀ ନିଜ ହାତରେ ଆମେରିକୀୟ ପତାକା ଏବଂ ପ୍ଲାକାର୍ଡ ଧରିଥିଲେ।
ପୁଲିସ ଅଟକାଇବା ପରେ ସେଠାରେ ହିଂସା ଦେଖାଦେଇଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଅବସ୍ଥା ଖରାପ ଥିବାରୁ ୱାଶିଂଟନ୍ ଡିସିରେ ୧୫ ଦିନ ପାଇଁ ‘ଜରୁରୀକାଳୀନ’ ପରିସ୍ଥିତି ଘୋଷଣା କରାଯାଇଛି। ବର୍ତ୍ତମାନ ଜୋ ବିଡେନ ରାଷ୍ଟ୍ରପତି ନହେବା ପର୍ଯ୍ୟନ୍ତ ଏହି ‘ଜରୁରୀକାଳୀନ’ ପରିସ୍ଥିତି ବଳବତ୍ତର ରହିବ।
ହ୍ୱାଇଟ ହାଉସର ମିଡିଆ ସଚିବ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଗାର୍ଡ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ପ୍ରତିରକ୍ଷା ଟିମ୍ ନିୟୋଜିତ ଅଛନ୍ତି। ହିଂସା ବିରୋଧରେ ଏବଂ ଶାନ୍ତି ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଅପିଲ୍ କରିଛନ୍ତି।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ଦେଶ ଉଦ୍ଦେଶ୍ୟରେ ସମ୍ୱୋଧନ କରି ଏ ବାବଦରେ ମତ ରଖିବା ଦରକାର। କ୍ୟାପିଟାଲ ବିଲଡିଂରେ ହିଂସା ନିନ୍ଦନୀୟ। ଆନ୍ଦୋଳନକାରୀ ମାନେ ଉଗ୍ରବାଦୀ। ସମସ୍ତେ ଦେଶଦ୍ରୋହୀ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନୀ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ଟ୍ରମ୍ପ ବର୍ତ୍ତମାନ ତାଙ୍କ ସମର୍ଥକଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ବିରୋଧ ଶାନ୍ତିପୂର୍ଣ୍ଣ ହେବା ଉଚିତ ବୋଲି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ନିବେଦନ କରିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ‘ପ୍ରଦର୍ଶନ ବେଳେ କୌଣସି ହିଂସା ହେବା ଠିକ୍ ନୁହେଁ। ଆମେ ଆଇନ ଏବଂ ବ୍ୟବସ୍ଥାରେ ପରିଚାଳିତ ହେଉଥିବା ଦଳ”। ତଥାପି, ଟ୍ରମ୍ପଙ୍କ ସମର୍ଥକମାନେ ଭୋଟ୍ ଗଣନାକୁ ବନ୍ଦ କରିବା ପାଇଁ କ୍ୟାପିଟାଲ ବିଲଡିଂରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ପରେ ପୁଲିସ ତାଙ୍କୁ ଅଟକାଇବା ପାଇଁ ଗୁଳି ଚଳାଇବା ଆରମ୍ଭ କରିଥିଲା। ୱାଶିଂଟନ୍ ଡିସି ମେୟର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ନୂଆ ରାଷ୍ଟ୍ରପତି ଦାୟିତ୍ୱ ନନେବା ଯାଏ ଏହା ବଳବତ୍ତର ରହିବ।
ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ତାଙ୍କୁ ହ୍ୱାଇଟ୍ ହାଉସରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ ବୋଲି ମାଇକ ପେନ୍ସ କହିଛନ୍ତି।
The post ଓ୍ୱାଶିଂଟନରେ ‘ଏମରଜେନ୍ସି’, ବଢ଼ିଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/3pXmLVA
No comments:
Post a Comment