ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ୍ ୱେବ୍ ସିରିଜ୍ ‘ତାଣ୍ଡବ’କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ୱେବ୍ ସିରିଜର ନିର୍ଦ୍ଦେଶକ ଅଲୀ ଆବାସ ଜାଫର ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ହେଲେ ବିଜେପିର କିଛି ନେତାଙ୍କର ରାଗ ଏବେବି ଥମିନାହିଁ। ବିଜେପି ମହାରାଷ୍ଟ୍ର ସରକାରକୁ ଚେତାବନୀ ଦେଇଛି ଯେ ଆଗାମୀ ତିନି ଦିନରେ ସେମାନେ ୱେବ୍ ସିରିଜକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆମାଜନ୍ ବିରୋଧରେ ଏଫଆଇଆର୍ ଦାଖଲ କରାନ୍ତୁ। ଯଦି ଏହା ନହୁଏ, ତାହେଲେ ’ତାଣ୍ଡବ’ ବିରୋଧରେ ଲଗାତର ପ୍ରଦର୍ଶନ ଜାରି ରହିବ।
ବିଜେପି ନେତା ରାମ କଦମ କହିଛନ୍ତି, ବିବାଦକୁ ନେଇ ଆମେ ଆମାଜନ ସହ କଥା ହୋଇଥିଲୁ, ଯାହା ପରେ ଫିଲ୍ମର ପୂରା ଟିମ୍ ବାଧ୍ୟ ହୋଇ କ୍ଷମା ମାଗିଛି। କିନ୍ତୁ ସେମାନଙ୍କର କ୍ଷମା ମାଗିବା ପର୍ଯ୍ୟାପ୍ତ ନୁହେଁ। ଯେପର୍ଯ୍ୟନ୍ତ ଆମେ ସମସ୍ତଙ୍କୁ ଜେଲ୍ ନପଠାଇଛୁ, ସେ ଯାଏ ଆମାଜନ ବିରୋଧରେ ପ୍ରଦର୍ଶନ ଜାରି ରହିବ।
ସେହିପରି ବିଜେପିର ମିଡିଆ ମୁଖ୍ୟ ବିଶ୍ୱାସ ପାଠକ କହିଛନ୍ତି, ଏହି ମାମଲାରେ ଉଦ୍ଧବ ଠାକରେଙ୍କୁ ତୁରନ୍ତ ପଦକ୍ଷେପ ନେବା ଦରକାର। ଶିବସେନା ହିନ୍ଦୁତ୍ୱର ମୁଦ୍ଦାକୁ ଭୁଲିଯାଇଛି। ସେମାନେ ହିନ୍ଦୁ ଭାବନାକୁ ଆଦୌ ଖାତିର କରୁନାହାନ୍ତି। ସେମାନେ ଏବେ ଏଭଳି ପାର୍ଟି ସହ କ୍ଷମତାରେ ଅଛନ୍ତି, ଯିଏ କାହାର ଭାବନାକୁ ସମ୍ମାନ କରନ୍ତି ନାହିଁ। ଯଦି ରାଜ୍ୟ ସରକାର ଏଫଆଇଆର୍ ଦାଖଲ ନକରିବେ, ତାହେଲେ ଆମେ ନିଜର ବିରୋଧ ପ୍ରଦର୍ଶନକୁ ଆହୁରି ଜୋରଦାର କରିବୁ।
ସୂଚନାଯୋଗ୍ୟ, ନିର୍ଦ୍ଦେଶକ ଅଲୀ ଆବାସ ଜାଫରଙ୍କ ଦ୍ୱାରା ନିର୍ଦ୍ଦେଶିତ ’ତାଣ୍ଡବ’ ୱେବସିରିଜରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନ ଓ ଜାତିଆଣ ଭାବନାକୁ ଉସୁକାଇବାର ଅଭିଯୋଗ ଲଗାଯାଇଛି। ଏହି ୱେବ୍ ସିରିଜକୁ ତତ୍କାଳ ବ୍ୟାନ୍ କରିବାକୁ ଦାବି ଉଠିଛି। ଉତ୍ତର ପ୍ରଦେଶର ଧର୍ମନଗରୀ ଅଯୋଧ୍ୟା, ମଥୁରା ଓ କାଶୀ ସମେତ ପ୍ରୟାଗରାଜରେ ସାଧୁସନ୍ଥ ଏବଂ ଅନ୍ୟ କିଛି ସଂଗଠନ ମଧ୍ୟ ଏହି ଫିଲ୍ମର ଖୋଲାଖୋଲି ବିରୋଧ କରୁଛନ୍ତି। ଏହାକୁ ଦେଖି ଲକ୍ଷ୍ନୌ ପୁଲିସ୍ ପକ୍ଷରୁ ହଜରତଗଞ୍ଜ କୋତୱାଲିରେ ୱେବ୍ ସିରିଜ୍ ’ତାଣ୍ଡବ’ର ନିର୍ମାତାଙ୍କ ବିରୋଧରେ ଗୁରୁତର ଧାରା ସହ ଏଫଆଇଆର୍ ଦାଖଲ କରାଯାଇଛି।
The post ‘ତାଣ୍ଡବ’କୁ ଚେତାବନୀ, ‘ଖାଲି ସରି ଚଳିବନି, ଜେଲ୍ ଯିବା ଦରକାର’ appeared first on Odisha Reporter.
from Odisha Reporter https://ift.tt/2LCx7fn
No comments:
Post a Comment