ଆଲିଆ ଭଟ୍ଟ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ଆଲିଆ ଭଟ୍ଟ ଅସୁସ୍ଥ

ମୁମ୍ବାଇ: ଅସୁସ୍ଥ ହୋଇପଡିଲେ ବଲିଉଡ ଅଭିନେତ୍ରୀ ତଥା ରାଜି ଗାର୍ଲ ଆଲିଆ ଭଟ୍ଟ। ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାମ ପ୍ରେସର ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ସୂଚନା ମିଳିଛି।

ମିଡିଆ ରିପୋର୍ଟ ମୁତାବକ ଆଲିଆ ଏକାସହ ଅେନକ ଗୁଡିଏ ଫିଳ୍ମର ଶୁଟିଂରେ ବ୍ୟସ୍ତ ଥିଲେ।  ଏଭଳି ପରିସ୍ଥିତିରେ ଅଧିକ କାମ ପ୍ରେସର ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡିଥିଲା । ଏଥିଯୋଗୁଁ ଗତକାଲି ତାଙ୍କୁ ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ଗତକାଲି ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଯାଇଥିବା ଜଣାପଡିଛି।  ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ସୁସ୍ଥ ହେବା ପରେ ସେ ପୁଣି ଥରେ ଶୁଟିଂକୁ ଫେରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଲିଆ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲିଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।  ଲକଡାଉନ ଯୋଗୁଁ ଏହି ଫିଲ୍ମର ଶୁଟିଂ ଅଟକି ଯାଇଥିଲା। କିନ୍ତୁ ସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ଥରେ ଶୁଟିଂ ଆରମ୍ଭ ହୋଇଛି। ଏହି ଫିଲ୍ମରେ ଆଲିଆଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଚଳିତ ବର୍ଷ ଏହି ଫିଲ୍ମ ବ୍ୟତୀତ ଆଲିଆଙ୍କୁ ବ୍ରହ୍ମାସ୍ତ୍ର ଏବଂ ଏସଏସ୍‌ ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ରେ ମଧ୍ୟ ଦେଖିବାକୁ ମିଳିବ।

The post ଆଲିଆ ଭଟ୍ଟ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/35SVYCo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages