ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନଙ୍କୁ ଟିକା ଦିଆଯିବ । ଆଜି ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ।
ଟିକା ନିର୍ମାଣ କମ୍ପାନିରୁ ସିଧା ଓଡ଼ିଶା ଆସିବ କରୋନା ଟିକା। ଟିକା ପହଞ୍ଚିବା ପରେ ଏହାକୁ ଷ୍ଟେଟ୍ ଭ୍ୟାକ୍ସିନ ଷ୍ଟୋରରେ ରଖାଯିବ। ଏଠାରୁ ବିଭିନ୍ନ ଜିଲ୍ଲାରେ ଥିବା ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ । ରାଜ୍ୟରେ ଯାହା ସରଂଜାମ ରହିଛି ତାହା ଟିକାକରଣ ପାଇଁ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତ। ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବ। ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ । ଏହାପରେ କେନ୍ଦ୍ରସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ଅନ୍ୟମାନଙ୍କୁ ଟିକା ପ୍ରଦାନ କରାଯିବ।
ତେବେ କେତେ ଟିକା ପଠାଇବେ ସେମାନେ ନିଷ୍ପତ୍ତି ନେବେ। ଅନ୍ୟପଟେ କେଉଁଠି ଟିକାକରଣ ହେବ ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ। ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ। ଟିକାକରଣ ଲାଗି ପ୍ରସ୍ତୁତ ରହିବାକୁ ଗତକାଲି କେନ୍ଦ୍ର ସରାକର ରାଜ୍ୟକୁ ଚିଠି ଲେଖିଥିଲେ। ଖୁବଶୀଘ୍ର ଟିକା ଓଡ଼ିଶା ଆସିବ ବୋଲି ଚିଠିରେ ଉଲ୍ଲେଖ ଥିଲା। ସେପଟେ ସବୁ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ବାଧ୍ୟତାମୂଳକ ନୁହଁ ଯିଏ ଚାହିଁବେ ସିଏ ନେବେ ବୋଲି ଡିଏମ୍ଇଟି ସିଭିକେ ମହାନ୍ତି କହିଛନ୍ତି। ବର୍ତ୍ତମାନ ୨ଟି ଟିକା ଆସିଛି ତାହାକୁ ଦୁଇଟି ଡୋଜରେ ଦିଆଯିବ। ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ସେ କହିଛନ୍ତି।
The post ‘ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟ ନୁହେଁ’ appeared first on Odisha Reporter.
from Odisha Reporter https://ift.tt/38jMbH4
No comments:
Post a Comment