ପୁରାଣରେ ଉଲ୍ଲେଖ ରହିଛି ଗଙ୍ଗା ନଦୀରେ ବୁଡ଼ ପକାଇଲେ ପାପ ଧୋଇ ହୋଇଯାଏ। ଆଉ ଏହାକୁ ସମସ୍ତେ ମଧ୍ୟ ବିଶ୍ୱାସ ରଖନ୍ତି। କିନ୍ତୁ ପ୍ରଶ୍ନ ଉଠେ ନଦୀରେ ଯଦି ସମସ୍ତେ ପାପ ଧୋଇଲେ ତାହେଲେ ପାପ ତ ସବୁ ନଦୀରେ ରହିଲା। ଏ ସଂପର୍କରେ ଜଣେ ଋଷି ପ୍ରଥମେ ଚିନ୍ତା କରିଥିଲେ।
ସେ ଚିନ୍ତା କରିଥିଲେ ଯେ ଲୋକମାନେ ପାପ ଧୋଇବାକୁ ଗଙ୍ଗାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ସମସ୍ତ ପାପ ଗଙ୍ଗାରେ ରୁହେ। ତେଣୁ ଗଙ୍ଗା ମଧ୍ୟ ପାପୀ। ପାପ ଯାଉଛି କୁଆଡେ ବୋଲି ଜାଣିବା ପାଇଁ ସେହି ଋଷି ଧ୍ୟାନ କଲେ। ଆଉ ଧ୍ୟାନ ସମୟରେ ଭଗବାନ ଦେଖାଦେଲେ। ଆଉ ଋଷି ଜଣଙ୍କ ଭଗବାନଙ୍କୁ ପଚାରିଲେ ଗଙ୍ଗାରେ ପାପ ଧୋଇବା ପରେ ସେହି ପାପ କୁଆଡେ ଯାଏ? ତା’ପରେ ଭଗବାନ କହିଲେ ଯେ ଏ ବାବଦରେ ଦେବୀ ଗଙ୍ଗା ହିଁ କହିପାରିବେ। ତେଣୁ ତାଙ୍କୁ ପଚରାଯିବା ଉଚିତ।
ଉଭୟ ଋଷି ଏବଂ ଭଗବାନ ଗଙ୍ଗାଙ୍କୁ ମନରେ ଉଦ୍ରେକ ହୋଇଥିବା ପ୍ରଶ୍ନ ପଚାରିଲେ। ଯେହେତୁ ସମସ୍ତେ ପାପ ଧୋଉଛନ୍ତି ତେଣୁ ଆପଣ କ’ଣ ପାପୀ? ଆଉ ଦେବୀ ଗଙ୍ଗା କହିଲେ ମୁଁ କିପରି ପାପୀ ହେଲି? ସମସ୍ତ ପାପ ସମୁଦ୍ରକୁ ବୋହିଯାଏ।
ଆଉ ଋଷି ଏବଂ ଭଗବାନ ସମୁଦ୍ର ନିକଟକୁ ଯାଇ ପୁଣି ସମାନ କଥା ଦୋହରାଇଲେ, ଗଙ୍ଗା ଆପଣଙ୍କ ପାଖକୁ ସମସ୍ତ ପାପ ପଠାଉଛି। ତେବେ ଆପଣ କ’ଣ ପାପୀ କି? ତା’ପରେ ସମୁଦ୍ର କହିଲେ ନାଁ ସେ ପାପୀ ନୁହନ୍ତି। ସମସ୍ତ ପାପ ବାଷ୍ପରେ ପରିଣତ ହୋଇ ମେଘରେ ପରିଣତ ହୁଏ। ଏବେ ଋଷି ଏବଂ ଭଗବାନ ବାଦଲଙ୍କ ପାଖକୁ ଗଲେ। ଆଉ ପଚାରିଲେ ହେ ବାଦଲ, ଯଦି ସମୁଦ୍ରର ପାଣି ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରେ, ତେବେ ମେଘ ପାପୀ କି?
ଆଉ ବାଦଲ କହିଲେ, ମୁଁ କିପରି ପାପୀ? ମୁଁ ସମସ୍ତ ପାପକୁ ପାଣିରେ ମିଶେଇ ଭୂଇଁ ପକାଇ ଦିଏ। ତା’ପରେ ଏହି ପାଣି ମଣିଷ ଦ୍ୱାରା ଅନେକ ଉପାୟରେ ବ୍ୟବହୃତ ହୁଏ ଯାହା ମଧ୍ୟରୁ ଗୋଟିଏ ଚାଷ ପାଇଁ। ମଣିଷ କେବଳ ଚାଷ ହୋଇଥିବା ଫସଲ ଖାଏ। ଖାଦ୍ୟଶସ୍ୟ ମାଧ୍ୟମରେ ମଣିଷର ମାନସିକତା ସୃଷ୍ଟି ହୁଏ। ଆଉ ସେହି ମାନସିକତାରୁ ଅନେକ କିଛି ଉଦ୍ଭାବନ କରେ। ଆଉ ଯିଏ ଯେଉଁଭଳି ଖାଦ୍ୟ ଖାଏ ତାର ମାନସିକତା ସେହିଭଳି ବିକଶିତ ହୁଏ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ଶାନ୍ତ ହେବା ଦରକାର। ଶାନ୍ତ ହେବା ପରେ ଖାଦ୍ୟ ଖାଇବା ଭଲ। ଯେଉଁ ଟଙ୍କା ବା ଅର୍ଥରେ ଖାଦ୍ୟଦ୍ରବ୍ୟ କିଣାଯାଏ ସେ ଟଙ୍କା ମଧ୍ୟ କଠିନ ପରିଶ୍ରମରୁ ଆୟ ହୋଇଥିବା ଦରକାର।
The post ଗଙ୍ଗାରେ ବୁଡ଼ ପକାଇଲେ ଯଦି ପାପ ଧୋଇଯାଏ, ତେବେ ନଦୀରୁ ପାପ ଯାଏ କୁଆଡ଼େ? appeared first on Odisha Reporter.
from Odisha Reporter https://ift.tt/3pZsURr
No comments:
Post a Comment