ନିଲାମ ହେବ ୧୧ଟି ଖଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ନିଲାମ ହେବ ୧୧ଟି ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଲାମ ହେବ ୧୧ଟି ଖଣି। ଚଳିତ ଆର୍ଥିକ ବର୍ଷରେ ୧୧ଟି ଖଣି ନିଲାମ କରିବେ ଓଡ଼ିଶା ସରକାର।  ମାର୍ଚ୍ଚ ସୁଦ୍ଧା ସରିବ ନିଲାମ ପ୍ରକ୍ରିଅୟା।  ନିଲାମ ହେବାକୁ ଥିବା ଖଣି ମଧ୍ୟରେ ରହିଛି ଲୁହାପଥର, ମାଙ୍ଗାନିଜ୍, ଗ୍ରାଫାଇଟ୍, ଲାଇମଷ୍ଟୋନ୍, ଡୋଲୋମାଇଟ୍ ଖଣି । ଏବେ ଏସବୁ ଖଣିର ନିଲାମ ଡକ୍ୟୁମେଣ୍ଟରେ ସାମାନ୍ୟ ସଂଶୋଧନ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି।  ସଂଶୋଧିତ ଡକ୍ୟୁମେଣ୍ଟ ଆସିବା ମାତ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

ସେହିଭଳି ଖଣି ନିର୍ଦ୍ଦେଶକ କହିଛନ୍ତି, ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୪ଟି ଖଣି ନିଲାମ ପାଇଁ ଟାର୍ଗେଟ୍ ରଖିଥିଲେ।  ସମସ୍ତ ଖଣି ନିଲାମ ହୋଇଥିଲା  କିନ୍ତୁ ସେଥିମଧ୍ୟରୁ ମାତ୍ର ୧୯ଟି ଖଣିର ମାଇନିଂ ଲିଜ୍ ଡିଡ୍ କାର୍ଯ୍ୟକାରୀ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମାଇନିଂ ଲିଜ୍ ଡିଡ୍ ଏଗ୍ରିମେଣ୍ଟ କରିବାରେ ବିଫଳ ହେବାରୁ ଜେଏସ୍ପିଏଲକୁ ଗୁଆଲି ଲୁହାପଥର ଖଣି ଏବଂ ଶ୍ୟାମ୍ ଷ୍ଟିଲକୁ ଜିଲିଂ-ଲାଙ୍ଗାଲୋଟା ଖଣି ହରାଇବାକୁ ପଡ଼ିଛି।  ଏବେ ଏହି ଖଣି ଦ୍ୱୟକୁ ୧୦ ବର୍ଷ ପାଇଁ ଓଏମ୍ସିକୁ ଦିଆଯାଇଛି।

The post ନିଲାମ ହେବ ୧୧ଟି ଖଣି appeared first on Odisha Reporter.



from Odisha Reporter https://ift.tt/2LLou1G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages