ବାଇଡେନଙ୍କ ଶପଥ ଉତ୍ସବ ପୂର୍ବରୁ ହୋଇପାରେ ଭୟଙ୍କର ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ବାଇଡେନଙ୍କ ଶପଥ ଉତ୍ସବ ପୂର୍ବରୁ ହୋଇପାରେ ଭୟଙ୍କର ବିକ୍ଷୋଭ

ୱାଶିଂଟନ: ଆସନ୍ତା ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡେମୋକ୍ରାଟ ଦଳର ବିଜୟୀ ପ୍ରାର୍ଥୀ ଜୋ ବାଇଡେନ। ହେଲେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଏହାକୁ ବିରୋଧ କରି ଆମେରିକାରେ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଥିବା ଏଫବିଆଇ ଜାଣିବାକୁ ପାଇଛି। ଏଥିପାଇଁ ସମଗ୍ର ଆମେରିକାରେ ସତର୍କ ସୂଚନା ଜାରି କରାଯାଇଛି।

ଏଫବିଆଇର ସୂଚନା ଅନୁଯାୟୀ, କିଛି ଦିନ ତଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟୋଲ ବିଲଡିଂରେ ଧସେଇ ପଶି ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ତେବେ ଏହାକୁ ଆଶା ଅନୁସାରେ ବିକ୍ଷୋଭକାରୀ ସଫଳ କରି ପାରି ନଥିବାରୁ ଏବେ ଆହୁରି ବଡ଼ଧରଣର ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଟ୍ରମ୍ପଙ୍କ ସମର୍ଥକମାନେ ୱାଶିଂଟନ ଡିସି ସହ ଆମେରିକାର ୫୦ଟି ଯାକ ରାଜ୍ୟର ରାଜଧାନୀରେ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଏଫ୍‌ବିଆଇ ସତର୍କ କରାଇଛି।

ଏହି ସତର୍କ ସୂଚନା ପରେ ବିଭିନ୍ନ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ସୋଶାଲ ମିଡିଆ ପୋଷ୍ଟ୍‌ ଉପରେ ମଧ୍ୟ ନଜର ରଖାଯାଇଛି। ବୁଧବାର କ୍ୟାପିଟୋଲ୍‌ ବିଲ୍‌ଡିଂ ହିଂସାକାଣ୍ଡ ପରେ ଉତ୍ତେଜନା ଲାଗି ଜାରି ରହିଥିବାରୁ ୱାଶିଂଟନ ଡିସିରେ ଜରୁରୀକାଳୀନ ସ୍ଥିତି ଲାଗୁ କରାଯାଇଥିଲା। ଏହା ଏବେ ବି ବଳବତ୍ତର ରହିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ୱାଶିଂଟନ ଡିସିକୁ ଆସୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖିବାକୁ ନିଷ୍ପତ୍ତି ହୋଇଛି।

ସ୍ଥିତିର ମୁକାବିଲା କରିବା ପାଇଁ ନ୍ୟାଶନାଲ ଗାର୍ଡ ୱାଶିଂଟନ ଡିସିକୁ ୧୫ ହଜାର ଟ୍ରୁପ୍ସ ପଠାଇବ। ଜାନୁଆରୀ ୨୪ ଯାଏ ୱାଶିଂଟନ ଡିସିରେ ଥିବା ସ୍ମାରକୀଗୁଡ଼ିକୁ ସାଧାରଣ ଲୋକଙ୍କୁ ପାଇଁ ବନ୍ଦ କରି ଦିଆଯାଇଛି। ନ୍ୟାଶନାଲ ଗାର୍ଡ ବ୍ୟୁରୋର ମୁଖ୍ୟ ଜେନେରାଲ ଡାନିଏଲ ହୋକାନସନ କହିଛନ୍ତି, ଶନିବାର ସୁଦ୍ଧା ୧୦ ହଜାର ଟ୍ରୁପ୍ସ ୱାଶିଂଟନ ଡିସିରେ ପହଞ୍ଚି ଯିବେ।

ସେମାନେ ସୁରକ୍ଷା ବ୍ୟବସ୍ଥା ସହ ଲଜିଷ୍ଟିକ ଓ କମ୍ୟୁନିକେସନ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖିବେ। ସେହିପରି ଯଦି ସ୍ଥାନୀୟ ପ୍ରଶାସନ ଚାହିଁବ, ତା’ହେଲେ ଟ୍ରୁପ୍ସ ସଂଖ୍ୟା ଆମେ ୧୫ ହଜାର ମଧ୍ୟ କରିପାରିବୁ।

The post ବାଇଡେନଙ୍କ ଶପଥ ଉତ୍ସବ ପୂର୍ବରୁ ହୋଇପାରେ ଭୟଙ୍କର ବିକ୍ଷୋଭ appeared first on Odisha Reporter.



from Odisha Reporter https://ift.tt/3bxDY3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages