ବାହାରିବ କି ସମାଧାନର ବାଟ? ଭାରତ-ଚୀନ ମଧ୍ୟରେ ଆଲୋଚନା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ବାହାରିବ କି ସମାଧାନର ବାଟ? ଭାରତ-ଚୀନ ମଧ୍ୟରେ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ପ୍ରାୟ ୨ ମାସ ପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖ ସୀମାର ଗତିବିଧିକୁ ନେଇ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି ପୁଣିଥରେ ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଏହି ବୈଠକରେ ଉଭୟ ଚୀନ-ଭାରତ, ଏଲଏସିରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି। ଏହି ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଇଛି।

ଚୀନ୍ ସୀମା ରେଖା ସ୍ଥିତ ମୋଲ୍ଡୋରେ ଏହି  ବୈଠକ ଅନୁଷ୍ଠିତ ହୋଇଛି । ମୋଲ୍ଡୋ ଭାରତସ୍ଥିତ ଚୁଶୁଲ ସେକ୍ଟରର ଠିକ୍ ବିପରୀତରେ ଚୀନ ସୀମା ମଧ୍ୟରେ ଅବସ୍ଥିତ। ପ୍ରତିଥର ଭଳି ରବିବାର ମଧ୍ୟ ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀ ଆଲୋଚନା ବେଳେ ଉପସ୍ଥିତ ରହିବେ । ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ  ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି। ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ ।

ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଗତ ୯ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଉଭୟ ଦେଶ ପୂର୍ବ ଲଦାଖ ସୀମାରେ ନିଜ ନିଜର ସେନା ବଢ଼ାଇବା ସହ ଏବଂ ଭାରି ହତିଆର ମୁତୟନ କରିଛନ୍ତି। ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଆର୍ଟିଲେରୀ ଗନ୍, ଟ୍ୟାଙ୍କ୍ ମୁତୟନ କରିଛି ।

The post ବାହାରିବ କି ସମାଧାନର ବାଟ? ଭାରତ-ଚୀନ ମଧ୍ୟରେ ଆଲୋଚନା ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/365HTl4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages