ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା ଘଟି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରଶାନ୍ତ ରାଉତ। ତାଙ୍କ ଘର ଗୁରୁଡ଼ିଝାଟିଆ ଅଞ୍ଚଳରେ।
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ନିକଟରେ ରହିଛି କଳିଙ୍ଗ ଝୋଟ କାରଖାନାରେ। ଆଜି କାରଖାନାରେ କାମ କରୁଥିବା ସମୟରେ ହଠାତ୍ ପ୍ରଶାନ୍ତ ପିନ୍ଧିଥିବା ଶାର୍ଟଟି ମେସିନରେ ଲାଗି ଗଲା। ମେସିନ୍ ଶାର୍ଟ ସହିତ ପ୍ରଶାନ୍ତଙ୍କୁ ଟାଣି ନେଇଥିଲା। ଫଳରେ ସେ ମେସିନରେ ଚାପି ହୋଇଯାଇଥିଲେ।
ପ୍ରଶାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ପ୍ରଶାନ୍ତ ଏହି ଝୋଟ କାରଖାନାର ମିଲିଂ ୟୁନିଟ୍ରେ କାମ କରୁଥିଲେ। ସେ ଜଣେ ମେକାନିକାଲ୍ ହେଲ୍ପର ଥିଲେ। ମାସେ ହେଲା ଏଠାରେ କାମ କରୁଥିଲେ।
କଳିଙ୍ଗ ଝୋଟ କାରଖାନାର ପ୍ରଡକ୍ସନ ମ୍ୟାନେଜର ଭଜମନ ରାଉତ କହିଛନ୍ତି, କ’ଣ ପ୍ରକୃତରେ ଘଟିଲା, ତାହା ତଦନ୍ତ ପରେ ଜଣାପଡ଼ିବ।
ଢେଙ୍କାନାଳ ଉପ-ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କହିଛନ୍ତି, କେମିତି ଏହି ଦୁର୍ଘଟଣା ଘଟିଲା, ତା’ର ସବିଶେଷ ତଥ୍ୟ ଖୋଜାଯିବ। ଆଗାମୀ ଦିନରେ କିପରି ଏଭଳି ଘଟଣାକୁ ଏଡ଼ାଇ ହେବ, ସେ ନେଇ ଜିଲ୍ଲାପାଳଙ୍କ ପରାମର୍ଶ ନେଇ ବ୍ୟବସ୍ଥା କରାଯିବ। ମୃତକଙ୍କ ପରିବାରକୁ କ୍ଷତିପୂରଣ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି।
The post ମେସିନ୍ ନେଇଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3sUY7Yi
No comments:
Post a Comment