ଟିକା ନେବା ବେଳେ ଭୋ ଭୋ ହୋଇ କାନ୍ଦିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

ଟିକା ନେବା ବେଳେ ଭୋ ଭୋ ହୋଇ କାନ୍ଦିଲେ

ନୂଆଦିଲ୍ଲୀ: ସାଧାରଣତଃ ଇଞ୍ଜେକସ୍‌ନ ନେବା ବେଳେ ଅଳ୍ପ ଯନ୍ତ୍ରଣା ହୁଏ। ଅନେକ ଲୋକେ ଟିକା ବା ଇଞ୍ଜେକସ୍‌ନ ନେବାକୁ ଭୟ ମଧ୍ୟ କରନ୍ତି। ବିଶେଷ କରି ଛୋଟ ଛୁଆମାନେ ଇଞ୍ଜେକସନ ବା ଟିକା ନାଁ’ ଶୁଣିଲେ ଭୟଭିତ ହୋଇଯା’ନ୍ତି।  ଟିକା ଦେବାକୁ ସେମାନେ ରାଜି ହୁଅନ୍ତି ନାହିଁ। କିନ୍ତୁ ନିକଟରେ ଏଭଳି ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି, ଯିଏକି ଟିକା ନେବା ବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି। କେବଳ ସେତିକି ନୁହେଁ ଭୟରେ ଥରି ଉଠୁଛନ୍ତି ମଧ୍ୟ।

ନିକଟରେ ଜଣେ ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଯୁବକ ଜଣକ ଟିକା ଦେବା ପୂର୍ବରୁ ଭୟରେ ଥରି ଯାଉଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଇଞ୍ଜେକସନ୍‌କୁ ଏତେ ଭୟ ଯେ, ସେ ବସିଥିବା ସୋଫା ଉପରେ ମଧ୍ୟ ଖସି ଯାଉଛନ୍ତି। ଟିକା ଦେବା ବେଳେ ସେ ଜୋର୍‌ରେ କାନ୍ଧୁଛନ୍ତି । ପାଖରେ ଠିଆ ହୋଇଥିବା ଜଣେ ସିକ୍ୟୁରିଟି ଗାର୍ଡ ତାଙ୍କ ହାତକୁ ଜୋରେ ଧରିଛନ୍ତି, ତାକୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ତଥାପି ସେ ଶୁଶୁ ନାହାନ୍ତି । ଟିକା ଦେବା ବେଳେ ଜୋର୍‌ରେ ପାଟି କରି ଚିଲ୍ଲେଇ ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓଟି କେଉଁଠୁ ଆସିଛି ଏବଂ ଏହି ବ୍ୟକ୍ତି ଜଣକ କିଏ, ସେ ନେଇ କିଛି ସୂଚନା ମିଳିନାହିଁ।


ହର୍ଷ ଗୋଏଙ୍କା ନାମକ ଜଣେ ବ୍ୟକ୍ତି ଏହି ମଜାଳିଆ ଭିଡିଓକୁ ଶେଆର କରିଛନ୍ତି। ଭିଡିଓ ଶେଆର କରି ଆପଣଙ୍କ ଭାକସିନ ସେଣ୍ଟର ଏଥିପାଇଁ ପ୍ରସ୍ତୁତ ଅଛି କି ବୋଲି ସେ ପଚାରିଛନ୍ତି। ତାଙ୍କର ଏହି ଭିଡିଓକୁ ଅନେକ ଲୋକ ଶେଆର କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି। କିଏ ହସି ହସି ପାଗଳ ହୋଇଯାଇଛି ତ ଆଉ କିଏ ଇଞ୍ଜେକସନ୍‌ ଦେବା ବେଳେ ସେ ମଧ୍ୟ ଏଭଳି କାନ୍ଦୁଥିବା କହିଛନ୍ତି। ଏହି ଭିଡିଓକୁ ଏଯାଏଁ ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ୭ ହଜାରରୁ ଅଧିକ ଲାଇକ୍ସ ମଧ୍ୟ ମିଳିସାରିଲାଣି।

The post ଟିକା ନେବା ବେଳେ ଭୋ ଭୋ ହୋଇ କାନ୍ଦିଲେ appeared first on Odisha Reporter.



from Odisha Reporter https://ift.tt/3qcMGc2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages