କଶ୍ମୀର ପ୍ରସଙ୍ଗରେ ବ୍ରିଟେନ କହିଲା ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 13, 2021

କଶ୍ମୀର ପ୍ରସଙ୍ଗରେ ବ୍ରିଟେନ କହିଲା ଏମିତି କଥା

ଲଣ୍ଡନ: କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ବ୍ରିଟେନ ସରକାର। ପୂର୍ବଭଳି କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଉଭୟ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିପାରିବେ ବୋଲି ବ୍ରିଟେନ ସରକାର କହିଛନ୍ତି।

ବ୍ରିଟେନ ସଂସଦରେ କଶ୍ମୀରର ରାଜନୀତିକ ସ୍ଥିତି ଉପରେ ଚାଲିଥିବା ବିତର୍କ ସମୟରେ ବିଦେଶ ମନ୍ତ୍ରୀ ନିଗେଲ ଆଡମସ କହିଛନ୍ତି, ଦ୍ୱିପାକ୍ଷିକ ପ୍ରସଙ୍ଗରେ ବ୍ରିଟେନ ମଧ୍ୟସ୍ଥତା କରିବା ଠିକ୍‌ ନୁହେଁ। ବ୍ରିଟେନ ସରକାର ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲେ, ଏବେ ବି ସେଥିରେ କାଏମ ରହିଛନ୍ତି।

କଶ୍ମୀର ସ୍ଥିତି ବା ସମସ୍ୟା ସମ୍ପର୍କରେ ଭାରତ ଓ ପାକିସ୍ତାନ ମିଳିତ ଭାବେ ସମାଧାନର ପନ୍ଥା ବାହାର କରିବେ। କଶ୍ମୀର ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଉଭୟ ଦେଶ ଆଗାମୀ କାର୍ଯ୍ୟପନ୍ଥା ନିରୁପଣ କରିବା ଉଚିତ। ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଶିମଲା ବୁଝାମଣାରେ ବି ସମାନ କଥା କୁହାଯାଇଛି। ତେଣୁ ବ୍ରିଟେନ ସରକାର ସମସ୍ୟାର ସମାଧାନ କରିବାକୁ କୌଣସି ପ୍ରସ୍ତାବ ଦେବା କିମ୍ବା ମଧ୍ୟସ୍ଥତା କରିବା ଠିକ ନୁହେଁ ବୋଲି ସେ କହିଛନ୍ତି।

୨୦୧୯ ଅଗଷ୍ଟ ୫ ପରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ମିଳିଛି। ଏହାପରେ ଏହାର ସ୍ଥିତି ସମ୍ପର୍କରେ ପଚରାଯାଇଥିବା ପ୍ରସଙ୍ଗରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ ସରକାର ଗୃହବନ୍ଦୀ କରି ରଖିଥିବା ଲୋକଙ୍କୁ ମୁକ୍ତ କରିଥିବାରୁ ଆମେ ଏହାକୁ ସ୍ୱାଗତ କରୁଛୁ।

ଆମେ ବୁଝିପାରୁଛୁ ଯେ କଶ୍ମୀରରେ ଲାଗୁ ହୋଇଥିବା ଏକାଧିକ କଟକଣା କୋହଳ କରାଯାଇଛି। ବ୍ରଡବ୍ୟାଣ୍ଡ/ ଇଣ୍ଟରନେଟ ସେବାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। କିଛି ଲୋକ ସୋଶାଲ ମିଡିଆକୁ ମଧ୍ୟ ବ୍ୟବହାର କରିବାର ସୁଯୋଗ ପାଇଛନ୍ତି। ଏସବୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ। କିନ୍ତୁ କଶ୍ମୀର ପାଇଁ ଆହୁରି କିଛି କରିବାର ଅଛି।

କଶ୍ମୀର ଲୋକମାନେ ଅନେକ କିଛି ପାଇବାର ହକଦାର। ଭାରତ ସରକାର କଶ୍ମୀରର ଅର୍ଥନୀତିକ ଓ ସାମାଜିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ଆମେ ଏହାକୁ ମଧ୍ୟ ସ୍ୱାଗତ କରୁଥିବା ସେ କହିଛନ୍ତି।

The post କଶ୍ମୀର ପ୍ରସଙ୍ଗରେ ବ୍ରିଟେନ କହିଲା ଏମିତି କଥା appeared first on Odisha Reporter.



from Odisha Reporter https://ift.tt/2KbL0jG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages