ଜାନୁଆରୀ ୨୬ରେ କେମିତି ହେବ ଆନ୍ଦୋଳନ କହିଲେ ଚାଷୀ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଜାନୁଆରୀ ୨୬ରେ କେମିତି ହେବ ଆନ୍ଦୋଳନ କହିଲେ ଚାଷୀ ନେତା

ନୂଆଦିଲ୍ଲୀ: କୃଷି ଆଇନ ରଦ୍ଦ କରିବା ଦାବି କରି ଜିଦରେ ଚାଷୀ ନେତା। ଅନ୍ୟପଟେ ଆଇନ ରଦ୍ଦ ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି। ଆଗକୁ ଜାନୁଆରୀ ୨୬, ଏହି ଅବସରରେ ଟ୍ରାକ୍ଟର ରାଲି କରିବେ ବୋଲି ଚାଷୀ ନେତା ସରକାରଙ୍କୁ ଚେତାବନୀ ଦେଇ ସାରିଛନ୍ତି। ଏହାପୂର୍ବରୁ ପରେଡ ରିହରଶାଲ ହେବା ଭଳି ଟ୍ରାକ୍ଟର ରାଲିର ରିହରଶାଲ୍ ଦେଖାଇ ସାରିଛନ୍ତି ଚାଷୀ ନେତା।

ଭାରତୀୟ କୃଷକ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି, ଗଣତନ୍ତ୍ର ଦିବସ ପରେଡରେ ଗୋଟିଏ ପଟେ ଟ୍ୟାଙ୍କର ଚାଲିବ ଅନ୍ୟପଟେ ତାଙ୍କର ଟ୍ରାକ୍ଟର ରାଲି ଚାଲିବ। ଆମ ମାନଙ୍କ ଉପରେ ପୁଲିସ ଲାଠି ମାଡ଼ କଲେ ଆମେ ଜାତୀୟ ସଂଗୀତ ଗାଇବୁ। ତିନି କୃଷି ଆଇନ ରଦ୍ଦ ନହେବା ଯାଏ ଘରକୁ ଫେରିବୁ ନାହିଁ।

ସୂଚନାଯୋଗ୍ୟ, ଆଜି (ସୋମବାର) ସୁପ୍ରିମକୋର୍ଟ ନୂଆ କୃଷି ଆଇନ ତଥା ଦିଲ୍ଲୀ ସୀମାରେ ଚାଲୁଥିବା ଚାଷୀଙ୍କ ପ୍ରଦର୍ଶନକୁ ନେଇ ଚ୍ୟାଲେଞ୍ଜ ହୋଇଥିବା ଆବେଦନର ଶୁଣାଣି କରିବେ। ଜାନୁଆରୀ ୭ରେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା। କାରଣ କେନ୍ଦ୍ର ଏହି କୃଷି ଆଇନକୁ ରଦ୍ଦ କରିବାକୁ ମନା କରିଦେଇଥିଲା। ଏହାପରେ ପରବର୍ତ୍ତୀ ବୈଠକ ଜାନୁଆରୀ ୧୫ରେ ବସିବ ବୋଲି ଜଣାପଡ଼ିଛି।

ଏହି ପ୍ରସଙ୍ଗରେ ଗତ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଏହି ସମୟରେ ସରକାର କହିଥିଲେ ଚାଷୀ ସଂଗଠନ ମଧ୍ୟରେ ସରକାରଙ୍କ ଆଲୋଚନା ଠିକ୍ ଠାକ୍ ରହିଛି। ନିକଟ ଭବିଷ୍ୟତରେ ଉଭୟ ପକ୍ଷ ଏହାର ସମାଧାନ ବାହାର କରିବେ।

ଏହା ପରେ କୋର୍ଟ ସରକାରଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଯଦି ଆଲୋଚନା ମାଧ୍ୟମରେ ସମାଧାନ ହେବ ତାହେଲେ ଜାନୁଆରୀ ୧୧ରେ କୋର୍ଟ ଶୁଣାଣି କରିବେନି। ହେଲେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀ ନେତାଙ୍କୁ କୋର୍ଟ ଯିବାକୁ ସରକାର କହି ସାରିଛନ୍ତି। ତେଣୁ ଆଜି ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି।

The post ଜାନୁଆରୀ ୨୬ରେ କେମିତି ହେବ ଆନ୍ଦୋଳନ କହିଲେ ଚାଷୀ ନେତା appeared first on Odisha Reporter.



from Odisha Reporter https://ift.tt/3btofTQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages