ଦିଦିଙ୍କୁ ମିସ୍‌ କରୁଛନ୍ତି କିଙ୍ଗ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ଦିଦିଙ୍କୁ ମିସ୍‌ କରୁଛନ୍ତି କିଙ୍ଗ ଖାନ୍‌

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କୁ ମନେ ପଡୁଛି ମମତା ବାନାର୍ଜୀଙ୍କ କଥା। ଦିଦିଙ୍କୁ ମିସ୍‌ କରୁଛନ୍ତି କିଙ୍ଗ ଖାନ୍‌। ଭିଡିଓ କଲ୍‌ ଜରିଆରେ ଏଭଳି କିହଛନ୍ତି ଶହାରୁଖ।

ଶୁକ୍ରବାର ୨୬ତମ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଶୁଭାରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମୀ କଳାକାର ଉପସ୍ଥିତ ଥିଲେ। ପୂର୍ବରୁ ପ୍ରତିବର୍ଷ ଏହି ଫେଷ୍ଟିଭାଲରେ ସାମିଲ ହେଉଥିବା ବଙ୍ଗଳାର ବ୍ରାଣ୍ଡ ଆମ୍ବାସାଡର ଶାହାରୁଖ କିନ୍ତୁ ଏଥର ଏହି ସମାରୋହରେ ସାମିଲ ହୋଇପାରିନଥିଲେ। ଏଥିପାଇଁ ସେ ଦିଦିଙ୍କ ସହ ଭିଡିଓ କଲ୍‌ ଜରିଆରେ ଇଭେଣ୍ଟରେ ଯୋଡି ହୋଇଥିଲେ।


କରୋନା ମାହାମାରୀ ଯୋଗୁଁ କୋଲକାତା ଆସିପାରିନଥିଲେ ଶାହାରୁଖ । ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ମମତାଙ୍କୁ ମିସ୍‌ କରୁଥିବା କଥା କହିଥିଲେ କିଙ୍ଗ ଖାନ୍‌। ଏଥିସହ ସମାରୋହରେ ଯୋଗ ଦେଇ ପାରିନଥିବା ଯୋଗୁଁ ସେ କ୍ଷମା ମଧ୍ୟ ମାଗିଥିଲେ ।

ଶାହାରୁଖ ଯେତେବେଳେ ଭିଡିଓ କଲ୍‌ କରିଥିଲେ ସେତେବେଳେ ମମତା ପ୍ରଥମେ ପଚାରିଥିଲେ । କେମିତି ଅଛ? ଏହାର ପ୍ରତି ଉତ୍ତରରେ ଶାହାରୁଖ ହଁ ମୁଁ ଭଲ ଅଛି ବୋଲି କହିଥିଲେ। ଏଥିସହ ସେ କହିଥିଲେ, ମୋର ଏହି ସମାରୋହରେ ଯୋଗ ଦେବା ପାଇଁ ଭାରି ଇଚ୍ଛା ଅଛି କିନ୍ତୁ କରୋନା ମାହାମାରୀ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ । ଏଥିସହ ମୁଁ ଆପଣଙ୍କୁ ଆଲିଙ୍ଗନ କରିବା ପାଇଁ ମଧ୍ୟ ଚାହୁଁଛି ବୋଲି ଶହାରୁଖ ଦିଦିଙ୍କୁ କହିଥିଲେ । ଆସନ୍ତାବର୍ଷ ନିଶ୍ଚିତ ରୂପେ ଏହି ସମାରୋହରେ ଯୋଗ ଦେବି ବୋଲି ଶାହାରୁଖ ମମତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ବର୍ଷ ୨୦୨୧ରେ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ୧୧୭୦ଟି ଫିଲ୍ମ ଏଣ୍ଟ୍ରି କରିଛି । ଏଥିରୁ ୧୩୨ଟି ଫିଚର ଫିଲ୍ମ ଏବଂ ଡକ୍ୟୁମେଣ୍ଟାରୀ ରହିଛି । ଏହି ଫେଷ୍ଟିଭାଲର ଆରମ୍ଭ ସୁମିତ୍ରା ଚାଟର୍ଜୀଙ୍କ ବିଶ୍ବ ପ୍ରସିଦ୍ଧ ଫିଲ୍ମ ‘ଅପୁର ସଂସାର’ରୁ ହୋଇଥିଲା।

The post ଦିଦିଙ୍କୁ ମିସ୍‌ କରୁଛନ୍ତି କିଙ୍ଗ ଖାନ୍‌ appeared first on Odisha Reporter.



from Odisha Reporter https://ift.tt/2LDk7W4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages