ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ଶହରୁ ଅଧିକ ବସ୍ତା ଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ଶହରୁ ଅଧିକ ବସ୍ତା ଧାନ

ଚାନ୍ଦବାଲି(ବାସୁଦେବ ଦାସ): ଗୋଦାମରେ ନିଆଁ ଲାଗି ଜଳିଗଲା ୧୫ ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟବସାୟୀଙ୍କ ଗୋଦାମରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଧାନ ପୋଡ଼ି ଯାଇଛି। । ସହରର ଶାସ୍ତ୍ରୀଘାଟସ୍ଥିତ ଗୋଦାମରେ ନିଆଁ  ଲାଗିଥିବା ବେଳେ ଗୋଦାମରେ ଥିବା ଶହ ଶହ ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଶାସ୍ତ୍ରୀଘାଟରେ ଏମଡି.ଯାକୁବ ନାମକ ଜଣେ ବ୍ୟକ୍ତି ଧାନ କିଣି ଏକ ଗୋଦାମରେ ରଖିଥିଲେ । ହେଲେ ରାତି ପାହିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଛି ।

ମାଲିକଙ୍କ କହିବା ଅନୁଯାୟୀ , ଗୋଦାମରେ ୧୫ ଶହରୁ ଅଧିକ ବସ୍ତା ଧାନ ଥିଲା । ରାତି ପ୍ରାୟ ୧୧ଟା ପରେ ନିଆଁ ଲାଗିଥିଲା। ହେଲେ ଖବର ଦିଆଯିବାର ପ୍ରାୟ ଦେଢ ଘଣ୍ଟା ପରେ  ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ନିଆଁ ଅଣାୟତ୍ତ ହୋଇଯାଇଥିବା ବେଳେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଗୋଦାମରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

 

The post ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୫ଶହରୁ ଅଧିକ ବସ୍ତା ଧାନ appeared first on Odisha Reporter.



from Odisha Reporter https://ift.tt/3q2ZVfj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages