ଅଧା ରହିଗଲା ପିକନିକ୍‌, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 14, 2021

ଅଧା ରହିଗଲା ପିକନିକ୍‌, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ବେଙ୍ଗାଲୁରୁ: ଅଧା ରହିଗଲା ଗୋଆ ଯାଇ ପିକନିକ୍‌ କରିବାର ସ୍ୱପ୍ନ। ଅଧା ବାଟରେ ହିଁ ସଡ଼କ ଦୁର୍ଘଟଣାରେ ଲିଭିଗଲା ୧୧ ଜଣଙ୍କ ଜୀବନର ଦ୍ୱୀପ।

ଶୁକ୍ରବାର ସକାଳୁ କର୍ଣ୍ଣାଟକାର ଧରୱାଡ ଜିଲ୍ଲାର ଇଟିଗାଟ୍ଟି ଗାଁ ନିକଟରେ ଗୋଟିଏ ଟେମ୍ପୋ ଟ୍ରାଭେଲର ସାମ୍ନା ପଟୁ ଆସୁଥିବା ଟିପ୍ପର ଟ୍ରକ୍‌କୁ ଧକ୍କା ଦେଇଛି। ଫଳରେ ଟେମ୍ପୋରେ ଗୋଆ ଛୁଟି କାଟିବାକୁ ଯାଉଥିବା ଗୋଟିଏ ମହିଳା କ୍ଲବର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ସେହିପରି ଟିପ୍ପର ଟ୍ରକ୍‌ ଚଳାଉଥିବା ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

ପୁଲିସ୍‌ କହିଛି ଯେ ଟେମ୍ପୋ ଟ୍ରାଭେଲରରେ ଦାଭାନଗେରେରେ ଥିବା ମହିଳା କ୍ଲବର ସଦସ୍ୟମାନେ ରହିଥିଲେ। ଏମାନେ ସମସ୍ତେ ଛୁଟି କାଟିବାକୁ ଗୋଆ ଯାଉଥିବା ବେଳେ ହଠାତ୍‌ ସେମାନଙ୍କ ଗାଡ଼ି ଇଟିଗାଟ୍ଟି ନିକଟରେ ସାମ୍ନାକୁ ପଟୁ ଆସୁଥିବା ଟ୍ରକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ମହିଳା କ୍ଲକର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଟ୍ରକ ଚାଳକ ମଧ୍ୟ ଘଟଣା ସ୍ଥଳରେ ଆଖି ବୁଜିଥିଲେ। ଦୁର୍ଘଟଣାଟି ଏତେ ଭୟଙ୍ଗର ଥିଲା ଯେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଛି।

ଖବର ପାଇ ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ମହିଳା କ୍ଲବର ଆଉ ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ସେହିପରି ଟିପ୍ପର ଟ୍ରକ୍‌ରେ ଥିବା ଆଉ ୨ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ହୁବଲି ସ୍ଥିତ କେଆଇଏମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲା ଏସ୍‌ପି କୃଷ୍ଣ କାନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ନିଜେ ତ୍ୱାରାନ୍ୱିତ କରୁଛନ୍ତି। ଧରୱାଡ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଅଧା ରହିଗଲା ପିକନିକ୍‌, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ appeared first on Odisha Reporter.



from Odisha Reporter https://ift.tt/2N2Rcvr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages